ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭଗଓ୍ବନ୍ତ ମାନ୍‌.

ଚଣ୍ଡିଗଡ଼: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭଗଓ୍ବନ୍ତ ମାନ୍‌। ଏହି ଭବ୍ୟ ସମାରୋହରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ସାମିଲ ହେବେ । ଭଗଓ୍ୱନ୍ତ ମାନଙ୍କ ବ୍ୟତୀତ ଅନ୍ୟ ୧୭ ବିଧାୟକ ମନ୍ତ୍ରୀ ପଦର ଶପଥ ନେବାର ଥିଲା । କିନ୍ତୁ ଆଜି କେବଳ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ ହିଁ ଶପଥ ନେବେ । ଅନ୍ୟ ମନ୍ତ୍ରୀମାନେ ପରେ ଶପଥ ଗ୍ରହଣ କରିବେ । ପଞ୍ଜାବରେ ଆମ୍‌ ଆଦମୀ ପାର୍ଟିର ବିପୁଳ ବିଜୟ ପରେ ଏବେ ସରକାର ଗଠନ ପ୍ରକ୍ରିୟା ଜୋରସୋରରେ ଚାଲିଛି ।

ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ସହ ବୈଠକ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଜାରି ରହିଛି ।ଗତ ଶନିବାର, ଭଗଓ୍ୱନ୍ତ ମାନ୍‌ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଥିଲେ । ଆଜି ମଧ୍ୟାହ୍ନ ୧୨ ଟା ୩୦ରେ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହଙ୍କ ପୈତୃକ ଗାଁ’ରେ ଶପଥ ନେବେ ଭଗଓ୍ବନ୍ତ ମାନ୍ । ପଞ୍ଜାବର ମୋଟ ୧୧୭ ସିଟରୁ ୯୨ଟି ସିଟ୍‌ ହାତେଇ ସରକାର ଗଢିଛି  ଆମ ଆଦମୀ ପାର୍ଟି ।

Leave a Reply

Your email address will not be published. Required fields are marked *