ଆଜି ଓଡିଶାରେ ପ୍ରବେଶ କରିବ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟଯାତ୍ରା

ରାଉରକେଲା: ମଙ୍ଗଳବାର ଅପରାହ୍ନରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବେଶ କରିବ। ରାହୁଲ ସୁନ୍ଦରଗଡ଼ ଜିଲ୍ଲାରେ ରେ ୪.୪ କିମି ପଦଯାତ୍ରା କରିବା ସହିତ ୪ଟି ଜନସମାବେଶରେ ସ‌େମ୍ବାଧିତ କରିବେ। ସେହିସବୁ ସ୍ଥାନଗୁଡ଼ିକ ହେଲା, ବୀରମିତ୍ରପୁର, ରାଉରକେଲା ପାନପୋଷ ଛକ, ରାଣୀବନ୍ଧ(ରାଜଗାଙ୍ଗପୁର) ଓ ସୁନ୍ଦରଗଡ଼। ଏଥିପାଇଁ ଦଳ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ରାହୁଲଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ପିସିସି ସଭାପତି ଶରତ ପଟ୍ଟନାୟକ ବିସ୍ତୃତ ସୂଚନା ଦେଇଛନ୍ତି। ଶ୍ରୀ ପଟ୍ଟନାୟକଙ୍କ ସୂଚନା ଅନୁସାରେ, ରାହୁଲ ମଙ୍ଗଳବାର ଅପରାହ୍ନରେ ଝାଡ଼ଖଣ୍ଡ ସୀମା ଅତିକ୍ରମକରି ଓଡ଼ିଶାରେ ପ୍ରବେଶ କରିବେ। ସୀମାନ୍ତ ବାଂଶଯୋର୍‌ରେ ରାଜ୍ୟ କଂଗ୍ରେସର ଶୀର୍ଷ ନେତୃତ୍ବ, ବରିଷ୍ଠ ନେତା ହଜାରହଜାର କର୍ମୀଙ୍କ ଉପସ୍ଥିତିରେ ତାଙ୍କୁ ସ୍ବାଗତ କରିବେ। ଏହାପରେ ରାହୁଲ ବାଂଶଯୋରରେ ଏକ ଜନ ସମାବେଶରେ ଉଦ୍‌ବୋଧନ ଦେବେ।

ବୀରମିତ୍ରପୁର ବିଜାବାହାଲ ରାମପାଲ ପଡ଼ିଆରେ ରାତ୍ରିଯାପନ କରିବେ। ବୁଧବାର ସକାଳେ ରାମପାଲରୁ ବାହାରି ରାଉରକେଲା ଉଦିତନଗରରେ ପହଞ୍ଚିବେ। ପୂର୍ବାହ୍ନ ସାଢ଼େ ୯ଟାରେ ସ୍ଥାନୀୟ ଏସ୍‌ପି ଅଫିସ ସମ୍ମୁଖରୁ ପଦଯାତ୍ରା ବାହାରିବ। ପ୍ରାୟ ୩.୪ କିଲୋମିଟର ପଦଯାତ୍ରା ପାନପୋଷ ଛକରେ ପହଞ୍ଚିବାପରେ ପୂର୍ବାହ୍ନ ୧୦ଟାରେ ଜନସମାବେଶରେ ସେ ଯୋଗଦେବେ। ପୁନର୍ବାର ଯାତ୍ରା ଆରମ୍ଭ ହେବାସହ ରାଣୀବନ୍ଧ (ରାଜଗାଙ୍ଗପୁର)ରେ ମଧ୍ୟାହ୍ନଭୋଜନ କରିବେ। ସେଠାରେ ଜନ ସମାବେଶକୁ ଉଦ୍‌ବୋଧନ, କୁତ୍ରା ଓ ବଡ଼ଗାଁରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରହିଛି। ଯାତ୍ରା ଅପରାହ୍ନ ସାଢ଼େ ୪ଟାରେ ସୁନ୍ଦରଗଡ଼ ସହରରେ ପହଞ୍ଚିବାପରେ ସୁନ୍ଦରଗଡ଼ ବସଷ୍ଟାଣ୍ଡ ଛକରୁ ନ୍ୟାୟଯାତ୍ରା ବାହାରି ଷ୍ଟାଡିୟମ ଛକଦେଇ ଏସ୍‌ବିଆଇ ଛକରେ ପହଞ୍ଚିବ। ସେଠାରେ ହେବାକୁ ଥିବା ଜନସମାବେଶରେ ଯୋଗଦେବେ। ଏହାପରେ ସେଠାରୁ ଝାରସୁଗୁଡ଼ା ଗସ୍ତ କରିବେ।

ରାହୁଲଙ୍କ ଏହି ଗସ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଆୟୋଜିତ ସାମ୍ବାଦିକ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି, ରାହୁଲଙ୍କ ଏହି ଯାତ୍ରା ସୁନ୍ଦରଗଡ଼ ଜିଲ୍ଲା ସମେତ ସମଗ୍ର ରାଜ୍ୟରେ ପ୍ରଭାବ ପକାଇବ ଏବଂ ୯ରୁ ୯୦ ଆସନ ଲକ୍ଷ୍ୟ ପୂରଣରେ ଦଳକୁ ସହାୟକ ହେବ ବୋଲି ସେ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ଭାରତଯୋଡ଼ ନ୍ୟାୟ ଯାତ୍ରାର ଅଧ୍ୟକ୍ଷ ସନ୍ତୋଷ ସିଂହ ସାଲୁଜା, ଉପାଧ୍ୟକ୍ଷ ନବଜ୍ୟୋତି ପଟ୍ଟନାୟକ, ଏଆଇସିସି ସମ୍ପାଦକ ସେହନୱାଜ ଚୌଧୁରୀ, ବିଏମ୍‌ନ୍ଦୀପ, ବବିତା ଶର୍ମା ଦେବୀ, ମିଡିଆ ସେଲ୍‌ର ବିଶ୍ବରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *