ଭୁବନେଶ୍ୱର : ଆଜି ରିଲିଜ୍ ହୋଇଛି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କୁ ନେଇ ପ୍ରସ୍ତୁତ ହୋଇଛି ସଙ୍ଗୀତ ‘ମୁଁ ବିଜୁବାବୁ ପରି ହେବି’। ଏହି ଗୀତରେ ପ୍ରଥମ ଥର ପାଇଁ ବିଧାୟକ, ମନ୍ତ୍ରୀ ଓ ନେତା ଅଭିନୟ କରିଛନ୍ତି। ଗୀତଟିକୁ ଗୀତିକାର ତପୁ ନାୟକ ଲେଖିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଜାପାନୀ ଭାଇ। ଆଧୁନିକ ଓଡ଼ିଶାର ନିର୍ମାତା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବୀରତ୍ୱ, ଆଦର୍ଶ ଓ ସାହସିକତାକୁ ସଙ୍ଗୀତରେ ଦର୍ଶାଯାଇଛି।ଗୀତରେ ଅଭିନୟ କରିଛନ୍ତି ମନ୍ତ୍ରୀ ଓ ବିଧାୟକ। ଏଥିରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ପ୍ରତାପ ଜେନା, ଅରୁଣ ସାହୁ, ସମୀର ଦାସ, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ତୁଷାର କାନ୍ତି ବେହେରା ଓ ବିଧାୟକ ସୁଶାନ୍ତ ରାଉତ, ପ୍ରଶାନ୍ତ ମୁଦୁଲି, ବ୍ରଜ କିଶୋର ପ୍ରଧାନ ପ୍ରମୁଖ ଅଭିନୟ କରିଛନ୍ତି। ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ମଧ୍ୟ ଏଥିରେ ଅଭିନୟ କରିଥିବା ଦେଖିବାକୁ ମିଳିଛି ।
Related Posts
ବାଲେଶ୍ବର ତାମୁଳିଆ ବ୍ରିଜ୍ ଉପରେ ଦୁଇ ବସ୍ ମୁହାଁମୁହିଁ ଧକ୍କା, ୧୪ରୁ ଅଧିକ ଆହତ।
ବାଲେଶ୍ୱର: ବାଲେଶ୍ବର ତାମୁଳିଆ ବ୍ରିଜ୍ ଉପରେ ଦୁର୍ଘଟଣା । ଦୁଇ ବସ୍ ମୁହାଁ ମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ୧୪ରୁ ଅଧିକ ଯାତ୍ରୀ ଆହତ ହୋଇଥିବା…
ଜାନୁଆରି ଗାଇଡଲାଇନ: ଓଡ଼ିଶାରେ ରାତି ୧୦ରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଲାଗୁ, ପିକ୍ନିକ୍ ମନା.
ଭୁବନେଶ୍ବର: ଜାନୁଆରି ମାସ ପାଇଁ ଗାଇଡଲାଇନ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଜାନୁଆରି ମାସ ପାଇଁ କଟକଣା କଡାକଡି କରାଯାଇଛି। ସର୍ବସାଧାରଣ ସ୍ଥଳରେ ପିକ୍ନିକ୍କୁ ବାରଣ କରାଯାଇଛି।…
ଦଫା କାଟିବାକୁ ଲାଞ୍ଚ ନେଇ ବନ୍ଧାହେଲେ ଥାନାବାବୁ.
ଦଫା କାଟିବାକୁ ଲାଞ୍ଚ ନେଉଥିବାବେଳେ ଢେଙ୍କାନାଳ ନୀଳପ୍ରସାଦ ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରାଙ୍କୁ କାବୁ କଲା ଭିଜିଲାନ୍ସ / ଲାଞ୍ଚ ଟଙ୍କା ଜବତ କରି ବ୍ୟକ୍ତିଗତ ଡ୍ରାଇଭର…