JSPL ଫାଉଣ୍ଡେସନ ଦ୍ଵାରା ପାଳଲହଡା ଠାରେ ବିକଶିତ ବିଜୁ ପଟ୍ଟନାୟକ ପାର୍କ ଉଦଘାଟିତ

ଅନୁଗୋଳ : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସାମାଜିକ ଦାୟିତ୍ଵବୋଧ ଶାଖା ଭାବେ କାର୍ଯ୍ୟ କରୁଥିବା ଜେଏସପି ଫାଉଣ୍ଡେସନ ଏବଂ ଜିଲ୍ଲା ପ୍ରଶାସନ ଅନୁଗୋଳ ସହଯୋଗରେ ପାଳଲହଡା ଠାରେ ବିଜୁ ପଟ୍ଟନାୟକ ପାର୍କ ଉଦଘାଟିତ ହୋଇଯାଇଅଛି lଏହି ଗୋଷ୍ଠୀଗତ ପାର୍କଟି ସ୍ଥାନୀୟ ବାସିନ୍ଦାଙ୍କ ବହୁ ପ୍ରତୀକ୍ଷିତ ଥିଲା ଏବଂ ଏହା ଆନୁଷ୍ଠାନିକ ଭାବେ ଅନୁଗୋଳଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଏବଂ ମାନ୍ୟବର ବିଧାୟକ ପାଳଲହଡା ଶ୍ରୀ ମୁକେଶ କୁମାର ପାଳଙ୍କ ଦ୍ଵାରା  ଉଦଘାଟିତ ହୋଇଯାଇଅଛି l ଏହି ଅବସରରେ ଜେଏସପି ଫାଉଣ୍ଡେସନ ଅଧ୍ୟକ୍ଷl ଶ୍ରୀମତୀ ଶାଲୁ ଜିନ୍ଦଲ ପାଳଲହଡା ବାସୀଙ୍କୁ ନିଜର ଶୁଭେଚ୍ଛା ଜଣାଇ କହିଥିଲେ ଯେ, ଜେଏସପି ଫାଉଣ୍ଡେସନ ସର୍ବଦା ଗୋଷ୍ଠୀ ସମୁଦାୟଙ୍କ ଜୀବନ ଧାରଣ ମାନରେ ଉନ୍ନତି
ଆଣିବା ଦିଗରେ ପ୍ରୟାସରତ l ମୁଁ ବହୁତ ଆଶାବାନ ଯେ, ପାଳଲହଡାର ଏହି ବିଜୁ ପଟ୍ଟନାୟକ ପାର୍କ ସ୍ଥାନୀୟସମୁଦାୟଙ୍କ ସ୍ଵାସ୍ଥ୍ୟପ୍ରଦ ଜୀବନ ଯାପନ ଦିଗରେ ବଳିଷ୍ଠ ଯୋଗଦାନ କରିବ l ଏହି ଉଦଘାଟନୀ ସମାରୋହ ଉପଲକ୍ଷେ, ଅନୁଗୋଳ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ
କହିଥିଲେ ଯେ, ଏହି ପାର୍କ ହେଉଛି ନିରନ୍ତର ସରକାରୀ-ଘରୋଇ ସହଯୋଗିତାର ଏକ ଉଦାହରଣ ଏବଂ ଏହା ଜନସାଧାରଣଙ୍କ ଜୀବନରେ ସୁବିଧା ଆଣିବାରେ ସହାୟକ ହେବ l ମୁଁ ନିଶ୍ଚିତ ଯେ, ପାଳଲହଡା ବାସୀ ଜେଏସପି ଫାଉଣ୍ଡେସନ ଦ୍ଵାରା ନିଆଯାଇଥିବା ଏହି ପରି ପଦକ୍ଷେପରୁ ସୁଫଳ ଲାଭ କରିବେ l ମାନ୍ୟବର ବିଧାୟକ ପାଳଲହଡା ଶ୍ରୀ ମୁକେଶ କୁମାର ପାଳ ଗୋଷ୍ଠୀ ସମୁଦାୟଙ୍କ ଏକ ବହୁ ପ୍ରତୀକ୍ଷିତ ଦାବିକୁ ପୂରଣକରିଥିବା ଯୋଗୁଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଏବଂ ଜେଏସପି ଫାଉଣ୍ଡେସନକୁ ଏହି ପରି ପଦକ୍ଷେପ ଏବଂ ପାର୍କ ନିର୍ମାଣ ନିମନ୍ତେ ଧନ୍ୟବାଦ ପ୍ରଦାନ କରିଥିଲେ l 
ଏହି ପାର୍କଟି ୩.୫ ଏକର ଜାଗା ଉପରେ ସହରର ମଧ୍ୟ ଭାଗରେ ଅବସ୍ଥିତ ଅଟେ l

ଏଥିରେ ଅତ୍ୟାଧୁନିକ ସରଞ୍ଜାମ ସହ ବିଭିନ୍ନ ସୁବିଧା ଯଥା ସବୁଜ ଲନ , ସୁନ୍ଦର ପୁଷ୍କରିଣୀ, ପାଦ ଚଲା ରାସ୍ତା, ଆରମଦାୟକ ବେଞ୍ଚ, ଶିଶୁଙ୍କ ନିମନ୍ତେ ପାର୍କ, ମୁକ୍ତାକାଶ ବ୍ୟାୟାମଶାଳା, ବରିଷ୍ଠ ନାଗରିକଙ୍କ ପାଇଁ ଉତ୍ସର୍ଗୀକୃତ ସ୍ଥାନ, ଏବଂ ଅନ୍ୟାନ୍ୟ ସୁବିଧା ଯଥା, ଟୟଲେଟ ଏବଂ ପାନୀୟ ଜଳର ସୁଯୋଗ ଉପଲବ୍ଧ ଅଛି l ଜେଏସପି ସଭାପତି ତଥା ଗୃପ ମୁଖ୍ୟ ସିଏସଆର ଶ୍ରୀ ପ୍ରଶାନ୍ତ ହୋତା ପ୍ରକାଶ କରିଥିଲେ ଯେ, ଏହି ପାର୍କଟି ହେଉଛି ଜେଏସପି ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ  ଏବଂ ଜେଏସପି ଫାଉଣ୍ଡେସନ ଅଧ୍ୟକ୍ଷl ଶ୍ରୀମତୀ ଶାଲୁ ଜିନ୍ଦଲଙ୍କର ସମାବେଶୀ ପ୍ରଗତି ସହ ଓଡିଶାବାସୀଙ୍କ ଜୀବନ ମାନରେ ଉନ୍ନତିର ଦୃଷ୍ଟିକୋଣର ଅଂଶବିଶେଷ l ପାଳଲହଡା ବାସୀଙ୍କ ସର୍ବୋତ୍ତମଅନୁଭୂତି ନିମନ୍ତେ ଅତ୍ୟାଧୁନିକ ସୁବିଧା ସୁଯୋଗ ପ୍ରଦାନ କରାଯାଇଅଛି l ପାଳଲହଡା ଉପ-ଜିଲ୍ଲାପାଳ ଶ୍ରୀ ସୁଶାନ୍ତ କୁମାର ପତି, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରୀନାରାଣୀ ନାଏକ, ବିଡିଓ ଦିଲୀପ କୁମାର ବାରା, ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ସାବିତ୍ରୀ ମାଝି ଏବଂ ଜେଏସପି ସଭାପତି ତଥା ଗୃପ ମୁଖ୍ୟସିଏସଆର ଶ୍ରୀ ପ୍ରଶାନ୍ତ ହୋତା ପ୍ରମୁଖ ଉପସ୍ଥିତ ଥିଲେ l ଏହି ଉତ୍ସବରେ ସ୍ଥାନୀୟ ବିଦ୍ୟାଳୟ ଛାତ୍ର ଛାତ୍ରୀ ଏବଂସ୍ଥାନୀୟ କଳାକାର ମାନେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଉପସ୍ଥିତ ଜନସାଧାରଣଙ୍କୁ ମନ୍ତ୍ରମୁଗ୍ଧଲେ କରିଥିଲେ l ପାଳଲହଡା ବାସୀ ଜେଏସପି ଫାଉଣ୍ଡେସନର ଏହି ନିଆରା ପଦକ୍ଷେପକୁ ସ୍ଵାଗତ କରିଥିଲେ.

Leave a Reply

Your email address will not be published. Required fields are marked *