ବିଯୁଜନତା ଦଳରେ ବିପ୍ଲବ ,ହାତ ଛାଡି ଧରିଲେ ଶଙ୍ଖ ।

ଅନୁଗୋଳ : ଅନୁଗୋଳ ଜିଲ୍ଲା କଂଗ୍ରେସ ର ପୂର୍ବତନ ସଭାପତି ବୀପ୍ଲବ ଜେନା ଆଜି ବିଜେଡିରେ ସାମିଲ ହୋଇଛନ୍ତି । ସେ କିଛିଦିନ ତଳେ ପ୍ରଥମେ ଜିଲ୍ଲା କଂଗ୍ରେସ ପଦରୁ ଇସ୍ତଫା ଦେଇଥିଲେ ଓ ପରେ ପରେ ଦଳ ଛାଡ଼ିଥିଲେ । ୨୦୧୯ ର ଅନୁଗୋଳ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ବୀପ୍ଳବ ଓ ତାଙ୍କର ଶତାଧିକ ସମର୍ଥକ ଙ୍କ ସହ ଆସି ଶଙ୍ଖ ଭବନରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂଙ୍କ ଉପସ୍ଥିତିରେ ବିଜେଡିରେସାମିଲ ହୋଇଛନ୍ତି । ବୀପ୍ଳବ ଓ ତାଙ୍କ ସମର୍ଥକ ଙ୍କୁ ଉତ୍ତରୀୟ ଦେଇ ଦଳକୁ ସ୍ବାଗତ କରାଯାଇଛି ।

ବୀପ୍ଳବଙ୍କ ଯୋଗଦାନ ଫଳରେ ଅନୁଗୋଳ ଜିଲ୍ଲାରେ ବିଜେଡି ଆହୁରି ମଜଭୁତ ହେବ ବୋଲି ଏହି ମିଶ୍ରଣ ପର୍ବରେ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି । ଏହାସହ ସମସ୍ତେ ଏକତ୍ରିତ ହୋଇ ଆଗାମୀ ଦିନରେ କାମ କରିବାକୁ ସେ ଆହ୍ବାନ ଦେଇଛନ୍ତି । ବିଜେଡିରେ ସାମିଲ ହେବା ପରେ ବିପ୍ଲବ କହିଛନ୍ତି, “ଯେଉଁମାନେ ଆଜି ମୋ ସହ ବିଜେଡିରେ ଯୋଗ ଦେଉଛନ୍ତି, ସେମାନଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛି । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ନୀତି, ଆଦର୍ଶ ଓ ରାଜ୍ୟରେ ଚାଲିଥିବା ରୂପାନ୍ତରଣ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛି । ଦଳକୁ କୌଣସି ପଦପଦବୀ କିମ୍ବା ଉଦ୍ଦେଶ୍ୟ ନେଇ ଆସିନାହିଁ । ମୁଖ୍ୟମନ୍ତ୍ରୀ ଯେଉଁ ଦାୟିତ୍ବ ଦେବେ ତାହାକୁ ମୁଁ ନିଷ୍ଠାର ସହ ତୁଲାଇବି । ଦଳରେ ମୋତେ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜଣାଇଛନ୍ତି ବିପ୍ଲବ ।

Leave a Reply

Your email address will not be published. Required fields are marked *