ଅନୁଗୋଳ : ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ରେ ପକ୍ଷୀ ସର୍ବେକ୍ଷଣ ଆରମ୍ଭ ହୋଇଛି। ସାରା ରାଜ୍ୟରେ କେବଳ ସାତକୋଶିଆରେ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆ ଯାଇଛି। ଦେଶର ବିଭିନ୍ନ ରାଜ୍ୟରୁ ପ୍ରାୟ ୩୨ଜଣ ପକ୍ଷୀ ବିଶେଷଜ୍ଞ ଏଥିରେ ଭାଗ ନେଇଛନ୍ତି। ପରିବେଶ ସନ୍ତୁଳନରେ ପକ୍ଷୀ ମାନଙ୍କର ଭୁମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ କେଉଁ ପ୍ରଜାତିର ପକ୍ଷୀଙ୍କ ସଂଖ୍ୟା କମୁଛି ଏବଂ କେଉଁ ପ୍ରଜାତିର ପକ୍ଷୀଙ୍କ ସଂଖ୍ୟା ବଢୁଛି ତାହା ଜାଣିବା ଜରୁରୀ ହୋଇ ଥିବାରୁ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆ ଯାଇଛି ।
ସାତକୋଶିଆ ମହାନଦୀ ଗଣ୍ଡରେ ପ୍ରତିବର୍ଷ ଜଳଚର ପକ୍ଷୀ ଗଣନା କରାଯାଏ। ହେଲେ ଏତେ ବଡ଼ ଜଙ୍ଗଲରେ ବିଭିନ୍ନ ପ୍ରଜାତିର ହଜାର ହଜାର ସଂଖ୍ୟାରେ ସ୍ଥଳ ପକ୍ଷୀ ଥିବାରୁ ସେମାନଙ୍କ ସମ୍ପର୍କରେ ସର୍ବେକ୍ଷଣ କରାଯିବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗତ ବର୍ଷ ଠାରୁ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆ ଯାଇଛି। ସାରା ରାଜ୍ୟରେ କେବଳ ସାତକୋଶିଆ ଅଭୟାରଣ୍ୟରେ ହିଁ ଏହି ପକ୍ଷୀ ସର୍ବେକ୍ଷଣ କରାଯାଉଛି। ଚଳିତ ବର୍ଷ ଦ୍ଵିତୀୟ ଥର ପାଇଁ ଏହି କାର୍ଯ୍ୟକ୍ରମ ଚାଲିଛି। ଆସନ୍ତା ୫ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। ପକ୍ଷୀ ମାନଙ୍କର ପରିବେଶ ସନ୍ତୁଳନ ପାଇଁ ବହୁତ ବଡ ଭୂମିକା ରହିଛି। ସେମାନେ ବିଜ ବିକ୍ଷେପଣ ଓ ପରାଗ ସଙ୍ଗମ କରୁ ଥିବାରୁ ଜଙ୍ଗଲ ଅଭିବୃଦ୍ଧି ଘଟୁଛି। ଏହାଛଡା ଅନେକ ପ୍ରଜାତିର ଅତ୍ୟଧିକ ବଂଶ ବୃଦ୍ଧି କରୁଥିବା କୀଟ ପଟଙ୍ଗ ଖାଇ ଦିଅନ୍ତି। ଛୋଟ ଛୋଟ ପକ୍ଷୀ ଅନ୍ୟର ଆହାର ମଧ୍ୟ ହୋଇ ଥାଆନ୍ତି। ତେଣୁ ସେମାନଙ୍କ ଅବସ୍ଥିତି ସମ୍ପର୍କରେ ଜାଣିବା ନିହାତି ଆବଶ୍ୟକ। ପକ୍ଷୀ ମାନଙ୍କ ସମ୍ପର୍କରେ ଜାଣିଲେ ସେମାନଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନିଆ ଯାଇ ପାରିବ। ଏ ସବୁ ଦୃଷ୍ଟିରୁ ସାତକୋଶିଆ କର୍ତ୍ତୃପକ୍ଷ ପକ୍ଷୀ ସର୍ବେକ୍ଷଣ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଗତ ବର୍ଷ ସର୍ବେକ୍ଷଣରୁ ସାତକୋଶିଆରେ ୨୪୮ପ୍ରଜାତିର ପକ୍ଷୀ ଥିବା ଜଣା ପଡିଥିଲା।
ଗତ ଦୁଇ ତାରିଖରେ ସାତକୋଶିଆ ପମ୍ପାସର ରେଞ୍ଜ ତରଭା ଠାରେ ଏହି ପକ୍ଷୀ ସର୍ବେକ୍ଷଣ କାର୍ଯ୍ୟକ୍ରମର ଆରମ୍ଭ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମରେ ସାତକୋଶିଆ ଫିଲଡ଼ ଡାଇରେକ୍ଟର ସୁଧାଂଶୁ ଶେଖର ଖୋରା, ସାତକୋଶିଆ ଡ଼ିଏଫଓ ସରୋଜ କୁମାର ପଣ୍ଡା, ଭବାନୀପାଟଣା ଡିଏଫଓ ଅନୁରାଗ ମିଶ୍ର ଏବଂ ଫରେଷ୍ଟ ରେଞ୍ଜରସ ଟ୍ରେନିଂ କଲେଜର ନିର୍ଦେଶକ ସଂଗ୍ରାମ ବେହେରାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ବିଶେଷ କରି ଗୁଜୁରାଟ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଆସାମ, ଗୋଆ, ତାମିଲନାଡୁ, ମଧ୍ୟପ୍ରଦେଶ, ଛତିଶଗଡ଼ ଆଦି ରାଜ୍ୟରୁ ୩୨ଜଣ ପକ୍ଷୀ ବିଶେଷଜ୍ଞ ଏହି ସର୍ବେ କ୍ଷଣ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଛନ୍ତି। ଏଥିପାଇଁ ସାତକୋଶିଆ କର୍ତ୍ତୃପକ୍ଷ ପୂର୍ବରୁ ଆବେଦନ ଗ୍ରହଣ କରିଥିଲେ। ଦୁଇ ଶହରୁ ଅଧିକ ବିଶେଷଜ୍ଞ ଆବେଦନ କରିଥିଲେ ମଧ୍ୟ ବଛା ବଛା ୩୨ଜଣଙ୍କୁ ସୁଯୋଗ ଦିଆ ଯାଇଛି। ସାତକୋଶିଆର ରାଇଗୋଡା, ମଝିପଡା, ଟିକର ପଡା, ଜିଲିଣ୍ଡା, କନ୍ଧ ଅଏଡା, ହାତିଗିରିଜା ଆଦି ଜଙ୍ଗଲ ଗୁଡିକରେ ୧୬ଟି କ୍ୟାମ୍ପ କରାଯାଇଛି। ପ୍ରତ୍ୟକ କ୍ୟାମ୍ପରେ ଦୁଇ ଜଣ ଲେଖାଏଁ ବିଶେଷଜ୍ଞ ରହି ପକ୍ଷୀ ସର୍ବେକ୍ଷଣ କରି