ଅନୁଗୋଳ ରେ ବିଜେଡିର ଯନ ସମ୍ପର୍କ ପଦଯାତ୍ରା  

ଆଜି ଅନୁଗୁଳ ଜିଲାରେ ବିଜେଡି ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ଜିଲାର ଅନୁଗୁଳ ଛେଣ୍ଡିପଦା, ଆଠମଲ୍ଲିକ, ତାଳଚେର ଓ ପାଲଲହଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ସ୍ଥାନୀୟ ବିଧାୟକ ମାନଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି ଏହି ପଦ ଯାତ୍ରା।

Advertisement

ଅନୁଗୁଳ ସଦର ମହାକୁମାଠାରେ ବିଜେଡି ଜିଲା ସଭାପତିଙ୍କ ନେତୃତ୍ୱରେ ସିମିଳିପଡା ଗାନ୍ଧୀ ମୂର୍ତ୍ତି ଠାରୁ ପଦଯାତ୍ରା ଆରମ୍ଭ ହୋଇଥିଲା। ଏଥିରେ ଶତାଧିକ କର୍ମୀ ଅଂଶ ଗ୍ରହଣ କରିଥିଲେ। ବିଭିନ୍ନ ସାହି ଓ ଗଳି ବୁଲି ଲୋକଙ୍କୁ ଭେଟିଥିଲେ। ନବୀନ ପଟନାୟକ ତାଙ୍କ ଶାସନ କାଳ ମଧ୍ୟରେ ଯେଉଁ ସବୁ ଜନ କଲ୍ୟାଣ କାର୍ଯ୍ୟକ୍ରମ କରିଛନ୍ତି ସେସବୁକୁ ଲୋକଙ୍କୁ ବୁଝାଇ ଥିଲେ। ଆଜିଠାରୁ ପ୍ରତ୍ୟକ ଦିନ ଏଭଳି ପଦଯାତ୍ରା ସବୁ ଗାଁ ଓ ପଞ୍ଚାୟତ ମାନଙ୍କରେ କରାଯାଇ ଲୋକଙ୍କୁ ବୁଝା ଯିବ ବୋଲି ଜିଲା ସଭାପତି କହିଛନ୍ତି।

Leave a Reply

Your email address will not be published. Required fields are marked *