ଜିଲା ବିଜେଡିର କୃଷକ ସମାବେଶ: କୃଷକଙ୍କୁ ଠକିଛି ଡବଲ ଇଞ୍ଜିନ ସରକାର-ପ୍ରତପ ଜେନା

ଅନୁଗୋଳ: ବିଜେପି ବିରୁଦ୍ଧରେ ବିଜେଡିର ଗର୍ଜନ। ସରକାର ଲୋକଙ୍କ ତଥା ରାଜ୍ୟର ବିକାଶ ପରିବର୍ତ୍ତେ ବିନାଶ କରୁଛି। ତେଣୁ ବିଜେଡି ଏହାର ଦୃଢ଼ ଜବାବ ଦେବ। ଏଇଠୁ ଆରମ୍ଭ ହେଲା ସରକାର ବିରୁଦ୍ଧରେ ଆନ୍ଦୋଳନ। ଆଗକୁ ଏହା ଆହୁରି ତୀବ୍ରତର ହେବ ବୋଲି ବିଜେଡିର ବରିଷ୍ଠ ନେତୃବୃନ୍ଦ ଚେତାବନୀ ଦେଇଛନ୍ତି। ଆଜି ଅନୁଗୁଳରେ ଆୟୋଜିତ ବିଜେପି ଚାଷୀ ମାରଣ ନୀତି, ଆଇନଶୃଙ୍ଖଳା ଓ ପ୍ରତିଶୃତି ଖିଲାପ ବିରୁଦ୍ଧରେ ପ୍ରତିବାଦ ସଭାରେ ବିଜେଡିର ବରିଷ୍ଠ ନେତାମାନେ ଏହା କହିବା ସହ ଆଗାମୀ ଦିନରେ ଦଳ କି ପ୍ରକାର ପଦକ୍ଷେପ ନେବ ସେନେଇ ଗର୍ଜନ କରିଥିଲେ।

ଆଜି ଜିଲା ବିଜେଡି ସଭପତି ବ୍ରଜ କିଶୋର ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ଦଳର ରାଜ୍ୟ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ଆଠମଲ୍ଲିକ ବିଧାୟକ ନଳିନୀ ପ୍ରଧାନ, ଛେଣ୍ଡିପଦା ପୂର୍ବତନ ବିଧାୟକ ସୁଶାନ୍ତ ବେହେରା, ଅନୁଗୋଳ ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରଜନୀକାନ୍ତ ସିଂହ, ପାଲ ଲହଡା ପୂର୍ବତନ ବିଧାୟକ ମୁକେଶ ପାଳ, ପୂର୍ବତନ ଢେଙ୍କାନାଲ ସାଂସଦ ମହେଶ ସାହୁ, ଜିଲା ପରିଷଦ ଅଧ୍ୟକ୍ଷା ବବିତା ଓରାଧାନ, ଅନୁଗୋଳ ପୋୖରାଧକ୍ଷ ଅକ୍ଷୟ ସାମନ୍ତ, ବରିଷ୍ଠ ବିଜେଡି ନେତା ବିପ୍ଳବ ଜେନାଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଯୋଗ ଦେଇଥିଲେ। ବର୍ତ୍ତମାନର ସରକାର ଲୋକଙ୍କ ପାଇଁ  ନୁହେଁ ବରଂ ନେତାମାନେ ନିଜ ନିଜ ପାଇଁ କାମ କରୁଛନ୍ତି। ସରକାର ଋଣ ଭାରରେ ବୁଡି ସାରିଲେଣି। ଚାଷୀଙ୍କ ଠାରୁ ଧାନ କିଣି ପାରୁ ନାହାନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଜଟିଳ ହେଲାଣି। ତେଣୁ ରାଜ୍ୟରେ ଲୋକେ ଆଉ ସୁରକ୍ଷିତ ନାହାନ୍ତି ବୋଲି ନେତାମାନେ।ମତବ୍ୟକ୍ତ କରିଥିଲେ।

ପ୍ରତିବାଦ ସଭାପରେ ସ୍ଥାନୀୟ ବିଜୁ ମୈଦାନ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଥିଲା। ସହର ପରିକ୍ରମା କରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲା। ସେଠାରେ ପୁଣି ଏକ ପ୍ରତିବାଦ ସଭା ପରେ ଜିଲାପାଳଙ୍କୁ ସରକାରଙ୍କ ବିଫଳତା ନେଇ ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା।। ଆଜିର କାର୍ଯ୍ୟକ୍ରମରେ ଜିଲ୍ଲାର ୫ଟିଯାଲ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୫ହଜାରରୁ ଅଧିକ କର୍ମୀ ଯୋଗ।ଦେଇଥିଲେ।ବିଜେପି ବିରୁଦ୍ଧରେ ବିଜେଡିର ଗର୍ଜନ। ସରକାର ଲୋକଙ୍କ ତଥା ରାଜ୍ୟର ବିକାଶ ପରିବର୍ତ୍ତେ ବିନାଶ କରୁଛି। ତେଣୁ ବିଜେଡି ଏହାର ଦୃଢ଼ ଜବାବ ଦେବ। ଏଇଠୁ ଆରମ୍ଭ ହେଲା ସରକାର ବିରୁଦ୍ଧରେ ଆନ୍ଦୋଳନ। ଆଗକୁ ଏହା ଆହୁରି ତୀବ୍ରତର ହେବ ବୋଲି ବିଜେଡିର ବରିଷ୍ଠ ନେତୃବୃନ୍ଦ ଚେତାବନୀ ଦେଇଛନ୍ତି। ଆଜି ଅନୁଗୁଳରେ ଆୟୋଜିତ ବିଜେପି ଚାଷୀ ମାରଣ ନୀତି, ଆଇନଶୃଙ୍ଖଳା ଓ ପ୍ରତିଶୃତି ଖିଲାପ ବିରୁଦ୍ଧରେ ପ୍ରତିବାଦ ସଭାରେ ବିଜେଡିର ବରିଷ୍ଠ ନେତାମାନେ ଏହା କହିବା ସହ ଆଗାମୀ ଦିନରେ ଦଳ କି ପ୍ରକାର ପଦକ୍ଷେପ ନେବ ସେନେଇ ଗର୍ଜନ କରିଥିଲେ। ଆଜି ଜିଲା ବିଜେଡି ସଭପତି ବ୍ରଜ କିଶୋର ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ଦଳର ରାଜ୍ୟ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ଆଠମଲ୍ଲିକ ବିଧାୟକ ନଳିନୀ ପ୍ରଧାନ, ଛେଣ୍ଡିପଦା ପୂର୍ବତନ ବିଧାୟକ ସୁଶାନ୍ତ ବେହେରା, ଅନୁଗୁଳ ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରଜନୀକାନ୍ତ ସିଂହ, ପାଲ ଲହଡା ପୂର୍ବତନ ବିଧାୟକ ମୁକେଶ ପାଳ, ପୂର୍ବତନ ଢେଙ୍କାନାଲ ସାଂସଦ ମହେଶ ସାହୁ, ଜିଲା ପରିଷଦ ଅଧ୍ୟକ୍ଷା ବବିତା ଓରାଧାନ, ଅନୁଗୁଳ ପୋୖରାଧକ୍ଷ ଅକ୍ଷୟ ସାମନ୍ତ, ବରିଷ୍ଠ ବିଜେଡି ନେତା ବିପ୍ଳବ ଜେନାଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଯୋଗ ଦେଇଥିଲେ।

ବର୍ତ୍ତମାନର ସରକାର ଲୋକଙ୍କ ପାଇଁ  ନୁହେଁ ବରଂ ନେତାମାନେ ନିଜ ନିଜ ପାଇଁ କାମ କରୁଛନ୍ତି। ସରକାର ଋଣ ଭାରରେ ବୁଡି ସାରିଲେଣି। ଚାଷୀଙ୍କ ଠାରୁ ଧାନ କିଣି ପାରୁ ନାହାନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଜଟିଳ ହେଲାଣି। ତେଣୁ ରାଜ୍ୟରେ ଲୋକେ ଆଉ ସୁରକ୍ଷିତ ନାହାନ୍ତି ବୋଲି ନେତାମାନେ।ମତବ୍ୟକ୍ତ କରିଥିଲେ। ପ୍ରତିବାଦ ସଭାପରେ ସ୍ଥାନୀୟ ବିଜୁ ମୈଦାନ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଥିଲା। ସହର ପରିକ୍ରମା କରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲା। ସେଠାରେ ପୁଣି ଏକ ପ୍ରତିବାଦ ସଭା ପରେ ଜିଲାପାଳଙ୍କୁ ସରକାରଙ୍କ ବିଫଳତା ନେଇ ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା।। ଆଜିର କାର୍ଯ୍ୟକ୍ରମରେ ଜିଲ୍ଲାର ୫ଟିଯାଲ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୫ହଜାରରୁ ଅଧିକ କର୍ମୀ ଯୋଗ।ଦେଇଥିଲେ।

Leave a Reply

Your email address will not be published. Required fields are marked *