ଧାନ କିଣା ପ୍ରସଙ୍ଗ ରେ କେନ୍ଦ୍ର ଯୋଗାଣ ମନ୍ତ୍ରୀ ପିୟୂଷ ଗୋଏଲ୍‌ଙ୍କୁ ଭେଟିଲେ ବିଜେଡିର ସାଂସଦ ଦଳ.

ନୂଆଦିଲ୍ଲୀ: ଆଜି ବିଜୁ ଜନତା ଦଳର ଲୋକସଭା ଓ ରାଜ୍ୟସଭାର ସାଂସଦମାନେ  ମଣ୍ଡିରେ ପଡ଼ିଥିବା ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଓ ଚାଷୀମାନଙ୍କୁ ବକେୟା ସବ୍‌ସିଡି ପ୍ରଦାନ କରିବା ଦାବିରେ ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରୀ ପିୟୂଷ ଗୋଏଲ୍‌ଙ୍କୁ ଭେଟିଛନ୍ତି। ବିଜେଡି ସାଂସଦଙ୍କ ପ୍ରତିନିଧି ଦଳ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଚାଷୀଙ୍କ ସମସ୍ୟା ଉପସ୍ଥାପନ କରିବା ସହ ସେମାନଙ୍କଠାରୁ ଧାନ ସଂଗ୍ରହ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ସ୍ମାରକ ପତ୍ର ଦେଇଛନ୍ତି। ସାଂସଦଙ୍କ ସହ ଆଲୋଚନା ପରେ କେନ୍ଦ୍ରମମନ୍ତ୍ରୀ ଗୋଏଲ ଏହି ପ୍ରସଂଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଓଡ଼ିଶାର ଦାବି ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି

Advertisement

Leave a Reply

Your email address will not be published. Required fields are marked *