ପିଏମ୍ ଆବାସ ପ୍ରସଙ୍ଗରେ ପୁଣି କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡ଼ି ସାଂସଦ

ଭୁବନେଶ୍ବର : ବିଜୁ ଜନତା ଦଳ ସାଂସଦମାନେ ଆଜି ନୂଆଦିଲ୍ଲୀରେ ଥିବା କୃଷି ଭବନଠାରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂ ଓ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନଙ୍କୁ ଭେଟିଛନ୍ତି । ମନରେଗା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧିନରେ ଓଡ଼ିଶା ସରକାର କରିଥିବା ଦାବି ପ୍ରସଙ୍ଗରେ ସାଂସଦମାନେ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ସକାରାତ୍ମକ ଓ ଗଠନମୂଳକ ଥିବା ସାଂସଦମାନେ ଜଣାଇଛନ୍ତି ଗତ ସପ୍ତାହକ ମଧ୍ୟରେ ୨ୟ ଥର ପାଇଁ ବିଜେଡ଼ି ସାଂସଦମାନେ କେନ୍ଦ୍ରମନ୍ତ୍ରୀ ଗିରିରାଜଙ୍କୁ ସାକ୍ଷାତ କରି ରାଜ୍ୟର ଦାବି ଦୋହରାଇଛନ୍ତି ।

 ଗତ ୧୫ ତାରିଖରେ ସାଂସଦମାନେ ମନ୍ତ୍ରୀଙ୍କୁ ଭେଟିଥିଲେ ।ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖି ଫନି କ୍ଷତିଗ୍ରସ୍ତ ଅଞ୍ଚଳ ଏବଂ କେବିକେ ଜିଲ୍ଲାଗୁଡ଼ିକର ଆଦିବାସୀ ଓ ପଛୁଆ ଅଞ୍ଚଳକୁ ଆଉ ୧ ଲକ୍ଷ ୮୪ ହଜାର ଆବାସ ଗୃହ ମଂଜୁର ପାଇଁ ଦାବି କରିଥିଲେ ।

ଏହା ପୂର୍ବରୁ ବିଜେଡ଼ି ପକ୍ଷରୁ ରାଜ୍ୟ ସଭାରେ ମଧ୍ୟ ଏହି ପ୍ରସଙ୍ଗ ଉଠାଯାଇଥିଲା । ରାଜ୍ୟର ଆଦିବାସୀବହୁଳ ଅଞ୍ଚଳ ଓ କେବିକେ ଜିଲ୍ଲାଗୁଡ଼ିକରେ ପିଏମ ଆବାସ ପାଇଁ ଲକ୍ଷ ଲକ୍ଷ ଯୋଗ୍ୟ ହିତାଧିକାରୀ ଥିଲେ ମଧ୍ୟ ସେମାନଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରାଯାଉଛି ବୋଲି ବିଜେଡ଼ି ସାଂସଦମାନେ ଅଭିଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *