୩୦ ଜିଲ୍ଲା ଲାଗି ବିଜେଡିର ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ: ୪ ଯୁବ ନେତାଙ୍କୁ ୨ଟି ଲେଖାଏଁ ଜିଲ୍ଲାର ଦାୟିତ୍ୱ

ଭୁବନେଶ୍ବର:ଆସନ୍ତା ପଞ୍ଚାୟତ ନିର୍ବାଚନ ପୂର୍ବରୁ ୩୦ ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ବିଜେଡି।ଖାସକରି ଯୁବ ଓ ଅଭିଜ୍ଞ ନେତାଙ୍କୁ ଏହି ପର୍ଯ୍ୟବେକ୍ଷକ ତାଲିକାରେ ସାମିଲ କରିଛି ଦଳ ।  ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ, ଚନ୍ଦ୍ର ସାରଥୀ ବେହେରା, ଅତନୁ ସବ୍ୟସାଚୀ ନାୟକ, ସୁଶାନ୍ତ ସିଂହଙ୍କୁ ୨ଟି ଲେଖାଏଁ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି ।ମୟୂରଭଞ୍ଜ ଓ କେଉଁଝରର ପାଇଁ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କୁ ଦାୟିତ୍ୱ ମିଳିଛି । ଗତ ପଞ୍ଚାୟତ ନିର୍ବାଚନରେ ଦଳର ଏଠାରେ ଏତେଟା ପ୍ରଭାବୀ ପ୍ରଦର୍ଶନ କରିପାରିନଥିଲା । ତେଣୁ ଏହି ଦୁଇ ଜିଲ୍ଲାରେ ସଙ୍ଗଠନକୁ ଆହୁରି ସୁଦୃଢ କରିବାକୁ ପ୍ରଣବଙ୍କ ହାତରେ ଗୁରୁଦାୟିତ୍ୱ ଦେଇଛି ଦଳ । ସେହିଭଳି ସୁଶାନ୍ତ ସିଂହଙ୍କୁ  ଦେବଗଡ ଓ ବଲାଙ୍ଗୀର ଦାୟିତ୍ୱ ଦେଇ ଦଳ ପଶ୍ଚିମ ଓଡ଼ିଶାରେ ସଙ୍ଗଠନକୁ ସୁଦୃଢ କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିବା କୁହାଯାଉଛି ।

ଅନ୍ୟପଟେ ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାର ଦାୟିତ୍ୱ ଦେଇ ଦୁଇ ଯୁବ ନେତା ଅତନୁ ସବ୍ୟସାଚୀ ନାୟକ ଓ ଚନ୍ଦ୍ରସାରଥୀ ବେହେରାଙ୍କ ଉପରେ ଭରସା କରିଛି ଦଳ । ରାୟଗଡା ଓ ଗଜପତିର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦଳ ଅତନୁଙ୍କ ହାତରେ ଦେଇଥିବା ବେଳେ କୋରାପୁଟ ଓ ମାଲକାନଗିରିର ଦାୟିତ୍ୱ ଚନ୍ଦ୍ରସାରଥୀଙ୍କ ହାତରେ ଦେଇଛି ଦଳ।ସେହିଭଳି ଗୁରୁତ୍ୱପୂର୍ଣ୍ଣ ଗଞ୍ଜାମ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ପ୍ରଫୁଲ୍ଲ ମଲ୍ଲିକଙ୍କୁ ପର୍ଯବେକ୍ଷକ ଦାୟିତ୍ୱ ଦିଆଯାଇଛି । ସେହିଭଳି ବାଲେଶ୍ୱର ପର୍ଯ୍ୟବେକ୍ଷକ ଭାବେ ପ୍ରତାପ ଦେବଙ୍କୁ, ପ୍ରଣବ ବଳବନ୍ତରାୟଙ୍କୁ ଭଦ୍ରକ, ସୁଶାନ୍ତ ସିଂହଙ୍କୁ ବଲାଙ୍ଗୀର, ନବ ଦାସଙ୍କୁ କଳାହାଣ୍ଡି, ଦେବାଶିଷ ସାମନ୍ତରାୟଙ୍କୁ କେନ୍ଦ୍ରାପଡ଼ାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି ।ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ୩୦ ଜିଲ୍ଲାର ନୂଆ ପର୍ଯ୍ୟବେକ୍ଷକ ଘୋଷଣା କରାଯାଇଛି 

Leave a Reply

Your email address will not be published. Required fields are marked *