ଟାଙ୍ଗିରୀ ଓ ପାଟକୁମୁଣ୍ଡାରେ ବିଜେଡ଼ିର ପଦଯାତ୍ରା: ଅଞ୍ଚଳର ବିକାଶ ଓ ଲୋକଙ୍କ ସେବା ପ୍ରଥମ କାମ ବିଧାୟକ ସୁଶାନ୍ତ ବେହେରା

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳିର ଟାଙ୍ଗିରୀ ଓ ପାଟକୁମୁଣ୍ଡା ଗ୍ରାମପଞ୍ଚାୟତର ବିଜୁ ଜନତାଦଳ ପକ୍ଷରୁ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଦ୍ଵିତୀୟ ଦିନର ଏହି ଜନସଂପର୍କ ପଦଯାତ୍ରା ପ୍ରଥମେ ଟାଙ୍ଗିରୀ ଓ ପରେ ପାଟକୁମୁଣ୍ଡା ପଂଚାୟତରେ ଅନୁଷ୍ଠିତ ହୋଇଥିଲା । ଟାଙ୍ଗିରୀ ଗ୍ରାମପଞ୍ଚାୟତର ସରପଞ୍ଚ ଅମରେଶ ନାଥଙ୍କ ନେତୃତ୍ୱରେ ହୋଇଯାଇଥିବା ଏହି ପଦଯାତ୍ରାରେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଯୋଗ ଦେବା ସହିତ ଟାଙ୍ଗିରୀ ପଞ୍ଚାୟତର ପୁରୁଣାଗଡ ଗ୍ରାମରୁ ପଦଯାତ୍ରା ଆରମ୍ଭ ହୋଇଥିଲା ।

ପୁରୁଣାଗଡ ଗଡନାୟକସାହି ଠାରେ ଦଳୀୟ କର୍ମୀ ମାନେ ବିଧାୟକଙ୍କୁ ପୁଷ୍ପଗୁଛ ଏବଂ ଉତ୍ତରୀୟ ଦେଇ ସ୍ଵାଗତ କରିବା ସହ ପଦଯାତ୍ରାରେ ସାମିଲ ହୋଇଥିଲେ । ପଦଯାତ୍ରା ପୁରୁଣାଗଡ ଗ୍ରାମ ପରିକ୍ରମା କରିବା ପରେ ଟାଙ୍ଗିରୀ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଗ୍ରାମର ମହିଳା ମାନେ ବିଧାୟକଙ୍କୁ ସ୍ଵାଗତ କରିଥିଲେ । ସେଠାରୁ ପଦଯାତ୍ରାରେ ଯାଇ ହିଙ୍ଗୁଳା ମଣ୍ଡପ ଠାରେ ବିଧାୟକ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ । ପରେ ବିଧାୟକ ପାଟକୁମୁଣ୍ଡା ହାଟ ପଡ଼ିଆ ଠାରେ ପହଞ୍ଚିବା ପରେ ଦଳୀୟ କର୍ମୀ ମାନେ ତାଙ୍କୁ ସ୍ବାଗତ କରିବା ସହ ପଦଯାତ୍ରାରେ ସାମିଲ ହୋଇଥିଲେ ।

ଏହି ପଦ ଯାତ୍ରା ବେଳେ ବିଧାୟକ ଜନସାଧାରଣଙ୍କ ସମସ୍ୟା ପଚାରି ବୁଝିବା ସହିତ ବିଭିନ୍ନ ସ୍ଥାନରେ ପଥ ପ୍ରାନ୍ତ ସଭାରେ ରାଜ୍ୟ ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଅବଗତ କରିଥିଲେ । ଏହି ପଦଯାତ୍ରାରେ ଛେଣ୍ଡିପଦା ବ୍ଲକ ଅଧ୍ୟକ୍ଷା ସୁମିତ୍ରା ସାହୁ, ଉପାଧକ୍ଷ୍ୟା ଝରଣା ସ୍ୱାଇଁ , ୧୪ନମ୍ବର ଜିଲ୍ଲାପରିଷଦ ସଭ୍ୟ ନଗେନ୍ଦ୍ର ପ୍ରଧାନ, ୧୭ନମ୍ବର ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ କୁମାର ସାହୁ, ଜିଲ୍ଲା ଯୁବ ବିଜେଡି ଉପସଭାପତି ସତ୍ୟବ୍ରତ ଦେହୁରୀ, ବ୍ଲକ ବିଜେଡି ସଭାପତି ଶରତ ଗଡ଼ନାୟକ, ବ୍ଲକ ଯୁବ ବିଜେଡି ସଭାପତି ଆଶିଷ କୁମାର ପ୍ରଧାନ, ଦୟାନିଧି ସାହୁ, ରାକେଶ କୁମାର ନାଥ, ସର୍ବେଶ୍ଵର ସାହୁ, ପ୍ରଶାନ୍ତ କୁମାର ପ୍ରଧାନ, ଡିଲେସ୍ୱର ସ୍ବାଇଁଙ୍କ ସମେତ ୩ ହଜାରରୁ ଉର୍ଦ୍ଧ୍ବ କର୍ମୀ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *