୧୧ ଜିଲା ବିଜେଡି ର ଚାଷୀ ସମାବେଶ,

ଅନୁଗୋଳ :- ଅନୁଗୋଳ ବିଜୁ ଜନତା ଦଳର ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ତଥା  ବିଧାୟକ ତାଳଚେର  ବ୍ରଜକିଶୋର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।   ପୂର୍ବତନ ଉପ ବାଚସ୍ପତି ତଥା ପୂର୍ବତନ ମନ୍ତ୍ରୀ  ରଜନୀକାନ୍ତ ସିଂହ ବିଧାୟକ ଆଠମଲ୍ଲିକ  ନଳିନୀକାନ୍ତ ପ୍ରଧାନ, ପୂର୍ବତନ ବିଧାୟକ ଛେଣ୍ଡିପଦା  ସୁଶାନ୍ତ କୁମାର ବେହେରା, ଅନୁଗୋଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ ପ୍ରମୁଖ ଏହି ବୈଠକରେ ସାମିଲ ହୋଇ ସମାବେଶ ସମ୍ପର୍କରେ ଆଲୋଚନା କରିଥିଲେ। 

ବିଜେପି ସରକାରର ରାଜ୍ୟରେ ଆସବା ପରଠାରୁ ଚାଷୀ ମାରଣ ନୀତି, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ମିଛ ପ୍ରତିଶ୍ରୁତି ବିରୋଧରେ ଦଳ ନିଜର ରଣନୀତି  ପ୍ରସ୍ତୁତ କରିଛି। ଆସନ୍ତା ଫେବୃୟାରୀ ୧୧ ତାରିଖରେ ହେବାକୁ ଯାଉଥିବା ଚାଷୀ ସମାବେଶ ପାଇଁ ପ୍ରସ୍ତୁତି ବୈଠକ ରେ ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ବୈଠକରେ ଅନୁଗୋଳ ଜିଲ୍ଲା ବିଜୁ ଜନତା ଦଳର ସମସ୍ତ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସମସ୍ତ ବ୍ଲକର ସଭାପତି ଓ ଅନୁଗୋଳ ଜିଲ୍ଲା ବିଜେଡ଼ି ପଦାଧିକାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *