ଦରଦାମ ବୃଦ୍ଧି ପ୍ରତିବାଦରେ ରାଜଭବନ ଆଗରେ ବିଜେଡିର ବିକ୍ଷୋଭ ଓ ଧାରଣା।

ଭୁବନେଶ୍ୱର: ଦରବୃଦ୍ଧି ପ୍ରତିବାଦରେ ଆଜି ବିଜେଡି ରାସ୍ତାକୁ ଓହ୍ଲାଇଛି। ପାର୍ଟି ଅଫିସରୁ ବିଜୁ ଯୁବ ଓ ଛାତ୍ର ଜନତା ଦଳର କର୍ମକର୍ତ୍ତାମାନେ ରାଜଭବନ ଅଭିମୁଖେ ରାଲି କରିଛନ୍ତି। କରୋନା ମହାମାରୀ ସମୟରେ ପେଟ୍ରୋଲ, ଡିଜେଲ ଦରବୃଦ୍ଧି ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦରବୃଦ୍ଧିର କାରଣ ହୋଇଛି। ଗତ ୨ ବର୍ଷ ମଧ୍ୟରେ ପେଟ୍ରୋଲ, ଡିଜେଲ ଦରରେ ୩୦ ପ୍ରତିଶତ ବୃଦ୍ଧି ହୋଇଛି। ସେହିପରି ଅତ୍ୟାବଶ୍ୟକ ସାମଗ୍ରୀର ଦର ୪୦ ପ୍ରତିଶତରୁ ୧୦୦ ପ୍ରତିଶତ ମହଙ୍ଗା ହୋଇଥିବା ବିଜେଡି ଅଭିଯୋଗ କରିଛି। ଦରବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରି ଆନ୍ଦୋଳନ କରିଛି ବିଜୁ ଜନତା ଦଳ।

ବିଜେଡି ଅଭିଯୋଗ କରିଛି ବିକାଶ କଥା କହି ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିଛି; କିନ୍ତୁ ଅତ୍ୟାବଶ୍ୟକ ଦରଦାମ ବୃଦ୍ଧି ଯୋଗୁଁ ଦେଶବାସୀ ଆଜି ଭୋକରେ ଅଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ, ଇନ୍ଧନ, ଏଲ୍‍ପିଜି ଦର ହୁ ହୁ ହୋଇ ବଢ଼଼ି ଚାଲିଥିବା ବେଳେ ପ୍ରତ୍ୟେକ ପରିବାରର ଆର୍ଥିକ ସ୍ଥିତି ବିଗିଡ଼ି ଯାଇଛି।  ତେଣୁ ରାଜ୍ୟବାସୀଙ୍କ ସ୍ୱାର୍ଥର ଜାଗ୍ରତ ପ୍ରହରୀ ଭାବରେ ବିଜେଡି ଦରଦାମ ବୃଦ୍ଧି ବିରୋଧରେ ରାଜ୍ୟବ୍ୟାପୀ ଆଜିଠୁ ନଭେମ୍ବର  ୭ ତାରିଖ ପର୍ଯ୍ୟନ୍ତ ବିଜେଡ଼ି ରାଜଧାନୀରୁ ଆରମ୍ଭ କରି ଜିଲ୍ଲା ସଦର ମହକୁମା ଓ ପ୍ରତି ନିର୍ବାଚନମଣ୍ଡଳୀରେ ଆନ୍ଦୋଳନକୁ ଓହ୍ଲାଇବ।

ଆଜି ଦରଦାମ ବୃଦ୍ଧି ପାଇଁ କେନ୍ଦ୍ରର ଭୁଲ୍ ନୀତିକୁ ଦାୟୀ କରି ରାସ୍ତାକୁ ଓହ୍ଲାଇଛି ବିଜେଡି । ଦର ବୃଦ୍ଧି ପାଇଁ କେନ୍ଦ୍ରରେ ବିଜେପି ସରକାରଙ୍କୁ ଦାୟୀ କରି ଆନ୍ଦୋଳନ କରିଛି ବିଜୁ ଜନତା ଦଳ ।ଅତ୍ୟାବଶ୍ୟକ ଖାଉଟି ଦ୍ରବ୍ୟର ମୂଲ୍ୟ ଆଶାତୀତ ବୃଦ୍ଧି ପାଇଛି। ଆଉ କିଛି ଦିନ ମଧ୍ୟରେ ପୁଣି ଇନ୍ଧନ ଓ ଏଲପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି ଘଟିବା ସମ୍ଭାବନା ଅଛି। ସାଧାରଣ ଲୋକର ହାଣ୍ଡିଶାଳ ଉପରେ ଚଡ଼କ ପଡ଼ିଛି। ତୈଳ ଦର ବୃଦ୍ଧି ପ୍ରଭାବ ଖାଉଟି ସାମଗ୍ରୀ ଉପରେ ପଡ଼ିଛି। ବିଭିନ୍ନ ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଛି। କରୋନା ବାହାନାରେ କେନ୍ଦ୍ର ସରକାର ମୂଲ୍ୟ ବୃଦ୍ଧିକୁ ଯୁକ୍ତିଯୁକ୍ତ ବୋଲି ଦର୍ଶାଉଥିଲେ। କିନ୍ତୁ ଏବେ ଦେଶରେ କରୋନା ହ୍ରାସ ପାଉଥିବା ବେଳେ ଦର ବୃଦ୍ଧି ଘଟି ଚାଲିଛି। ଦର ବୃଦ୍ଧି ମାଡ଼ରୁ ଲୋକଙ୍କୁ ରକ୍ଷା କରିବା ପାଇଁ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେବା ପରିବର୍ତ୍ତେ ମୂଲ୍ୟ ବୃଦ୍ଧି ପାଇଁ ବିଭିନ୍ନ ଉପାୟରେ ବାଟ ବାହାର କରୁଛନ୍ତି। ଏକ ଆଞ୍ଚଳିକ ଦଳ ଭାବେ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଜେଡି କେନ୍ଦ୍ର ସରକାରଙ୍କର ଜନ ମାରଣ ନୀତି ବିରୋଧରେ ଆନ୍ଦୋଳନ କରୁଛି

Leave a Reply

Your email address will not be published. Required fields are marked *