ନାରୀ ଶକ୍ତି ବନ୍ଦନ କୁ ନେଇ ବଜେପି ର ସାମ୍ବାଦିକ ସମ୍ମିଳନୀ

ଅନୁଗୋଳ :  ଅନୁଗୋଳ ଜିଲା ବିଜେପି କାର୍ଯ୍ୟାଳୟ ଠାରେ ନାରୀଶକ୍ତି ବନ୍ଦନ ସମ୍ପର୍କୀୟ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା I ଏହି ସମ୍ମିଳନୀରେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାଏକ ଯୋଗ ଦେଇ ଚଳିତ ମାସ ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ସଂସଦର ନାରୀଶକ୍ତି ପାଇଁ ଯେଉ ବିଶେଷ ଅଧିବେଶନ ରଖା ଯାଇଛି ସେନେଇ ସୂଚନା ଦେଇଥିଲେ I ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ ଯୋଗୁ ମହିଳା ମାନେ ଆଗାମୀ ଦିନରେ ନୀତି ନିର୍ମାତା ହେବେ I ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଯୋଗୁ ମହିଳାମାନଙ୍କ ପାଇଁ ଉଜ୍ଜ୍ଵଳା ସିଲିଣ୍ଡର, ଲକ୍ଷପତି ଦିଦି, ଜନଧନ ବ୍ୟାଙ୍କ ଆକାଉଣ୍ଟ, ସୁଭଦ୍ରା ଯୋଜନା ଭଳି ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି I ଯାହାକି ସେମାନଙ୍କୁ ସଶକ୍ତିକରଣ, ସ୍ୱାବଲମ୍ବୀ, ସମାନତ ଓ ସମ୍ମାନ ଆଣି ଦେଇଛି I ତେଣୁ ଆସନ୍ତା ୩ଦିନ ଦେଶର ୨୫ ବର୍ଷର ଅମୃତକାଳର ସବୁଠାରୁ ଗୁରୁତ୍ୱପୂର୍ଣ ଦିନ ବୋଲି ସୀମାରାଣୀ କହିଥିଲେ . ଏହି ସମ୍ମିଳନୀରେ ସ୍ଥାନୀୟ ନେତ୍ରୀ ପ୍ରତିମା ମିଶ୍ର ଓସୁଚିସ୍ମିତା ତ୍ରିପାଠୀ ସାମିଲ ଥିଲେ।

Advertisement

Leave a Reply

Your email address will not be published. Required fields are marked *