ଅନୁଗୋଳ : ଜାତୀୟ ଡାକ୍ତର ଦିବସ ଉପଲକ୍ଷେ ରୋଟାରୀ କ୍ଲବ , ଅନୁଗୋଳ ତରଫରୁ ରୋଟାରୀ ପବ୍ଲିକ ସ୍କୁଲ , ଅନୁଗୋଳ ପରିସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ପୂର୍ବତନ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ଶ୍ରୀଯୁକ୍ତ ତ୍ରିଲୋଚନ ପ୍ରଧାନ ଏହି ରକ୍ତଦାନ ଶିବିର କୁ ଉଦ୍ଘାଟନ କରିବା ସହ ରକ୍ତ ଦାନ ଶିବିର ଆୟୋଜନ ପାଇଁ ରୋଟାରୀ କ୍ଲବ , ଅନୁଗୋଳ ର ନୂତନ ସଭାପତି , ସମ୍ପାଦକ ଏବଂ ଅନ୍ୟ କର୍ମକର୍ତ୍ତା ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଉକ୍ତ ରକ୍ତଦାନ ଶିବିର ରେ ମୋଟ ୨୫ ୟୁନିଟ ବ୍ଲଡ଼ ସଂଗୃହିତ ହୋଇଥିବା ବେଳେ କ୍ଲବ ତରଫରୁ ବିଭିନ୍ନ ବିଭାଗ ର ୧୦ ଜଣ ଡାକ୍ତର ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।କ୍ଲବ ର ନୂତନ ସଭାପତି ରୋଟାରୀଆନ ସରୋଜ କୁମାର ସାହୁ ଏବଂ ସମ୍ପାଦକ ରୋଟାରୀଆନ ସଇଲେନ୍ ମିଶ୍ର ଙ୍କ ତତ୍ୱାବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ କୋଷାଧ୍ୟକ୍ଷ ରୋଟାରୀଆନ ନିଖିଲ ରଞ୍ଜନ ମିଶ୍ର ,ବିଦ୍ୟାଳୟ ପରିଚାଳନା କମିଟି ର ଅଧକ୍ଷ ନିର୍ମଳ କୁମାର ମିଶ୍ର , ଯଜ୍ଞେଶ ନାରାୟଣ ମିଶ୍ର ,ଉଲ୍ଲାସ ଚନ୍ଦ୍ର ଚମ୍ପତିରାୟ ଏବଂ ସୁଜିତ୍ କୁମାର ସାହୁ, ଦୀପକ କୁମାର ସିଂହ , ସୁଧିନ୍ଦ୍ରମୋହନ ଜେନା ,ଶକ୍ତି ସମ୍ବିତ ଗଡ଼ନାୟକ , ସତ୍ୟବ୍ରତ ସ୍ୱାଇଁ ପ୍ରମୁଖ ଯୋଗଦେଇ ଥିଲେ । ରୋଟାରୀ ପବ୍ଲିକ ସ୍କୁଲ ତରଫରୁ ନୂତନ ସଭାପତି ଏବଂ ସମ୍ପାଦକ ଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
Related Posts
ଆଜି ହେଉଛି ବିଶ୍ୱ ଫଟୋ ଗ୍ରାଫି ଦିବସ
ଅନୁଗୋଳ: ଅନୁଗୋଳ ଫଟୋ ଗ୍ରାଫର ଆସସିଏସନ ପକ୍ଷରୁ ଏହି ବିଶ୍ଵ ଫଟୋଗ୍ରାଫି ଦିବସ ପାଳିତ ହୋଇଯାଇଛି । ସହର ର ବାସନ୍ତୀ ଦୁର୍ଗା ପଡ଼ିଆରେ ଏହି ଦିବସ…
ବିଜୁ ଜନତା ଦଳର ମିଶ୍ରଣ ପର୍ବ
ଅନୁଗୋଳ : ଆଜି ଅନୁଗୋଳ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଅନୁଗୋଳ ନିର୍ବାଚନ ମଣ୍ଡଳୀ ଅନୁଗୋଳ ବ୍ଲକ ଅନ୍ତର୍ଗତ ନୂଆ ମୌଜା ଗ୍ରାମ ପଞ୍ଚାୟତ ର…
ଅନୁଗୋଳରେ ମେଗା ଟୀକାଦାନ ଶିବିର ।
ଅନୁଗୋଳରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଦୈନିକ ପ୍ରାୟ ୬ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ବିଭିନ୍ନ କଟକଣା ସହ ବ୍ୟାପକ…