ନୂଆ ଢାଞ୍ଚାରେ ହେବ ନବମ ଓ ଦଶମ ଶ୍ରେଣୀର ପରୀକ୍ଷା:୯ମ ଶ୍ରେଣୀର ପରୀକ୍ଷା ପାଇଁ ବୋର୍ଡ ଘୋଷଣା କଲା ତାରିଖ ।

କଟକ: ଏଣିକି  ନୂଆ ଢାଞ୍ଚାରେ ନବମ ଓ ଦଶମ ଶ୍ରେଣୀର ପରୀକ୍ଷା ହେବ । ଏ ନେଇ ବୋର୍ଡ ସାମ୍ବାଦିକ ସମ୍ମିଳନୀ କରିଛି । ନବମ ଓ ଦଶମ ଶ୍ରେଣୀ ପରୀକ୍ଷା ପଦ୍ଧତିରେ ପରିବର୍ତ୍ତନ କରାଯାଇଛି । ବର୍ଷକୁ ୪ଟି ଫରମେଟିଭ୍ ଆସେସମେଣ୍ଟ ହେବ । ବର୍ଷକୁ ୨ଟି ସମେଟିଭ୍ ପରୀକ୍ଷା ହେବ। ଫରମେଟିଭ୍ ଓ ସମେଟିଭ୍ ପରୀକ୍ଷାର ମାର୍କକୁ ନେଇ ରେଜଲ୍ଟ ପ୍ରକାଶ କରାଯିବ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି ।ନବମ ଶ୍ରେଣୀର ସମେଟିଭ୍-୧ ପରୀକ୍ଷା ତାରିଖ ଘୋଷଣା କରିଛି ବୋର୍ଡ । ନଭେମ୍ବର ୨୨ରୁ ୨୪ଭିତରେ ପ୍ରଥମ ସମେଟିଭ୍ ପରୀକ୍ଷା କରାଯିବ ବୋଲି ବୋର୍ଚ କହିଛି । ଏଥିରେ ୪୦ମାର୍କର ପରୀକ୍ଷା ହେବ ୨୦ମାର୍କର ସଵଜେକଟିଭ୍ ଓ ୨୦ମାର୍କର ଅବଜେକଟିନ ପରୀକ୍ଷା ହେବ । ଏହାର ଓ୍ବେଟେଜ ୩୦ ପ୍ରତିଶତ ରହିବ । ଦିନକୁ ୨ଟି ସିଟିଂରେ ପରୀକ୍ଷା ହେବ। ସକାଳ ୯ରୁ ୧୦ଟା ଏବଂ ୧୧ରୁ ୧୨ଟା ପରୀକ୍ଷା ହେବ ବୋଲି ସ୍ଥିର କରାଯାଇଛି ।

ପରୀକ୍ଷା ପାଇଁ ବୋର୍ଡ ପ୍ରଶ୍ନପତ୍ର ଦେବ, ପରୀକ୍ଷା ନିଜ ସ୍କୁଲରେ ହେବ। ଖାତା କିନ୍ତୁ ଅନ୍ୟ ସ୍କୁଲରେ ଦେଖା ହେବ । ୨୩ ତାରିଖରୁ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ କରାଯିବ ଏବଂ ନଭେମ୍ବର ୩୦ ତାରିଖ ମଧ୍ୟରେ ଖାତାର ମୂଲ୍ୟାୟନ ସରିବ । ଡିସେମ୍ବର ୬ରୁ ୧୩ତାରିଖ ଭିତରେ ବୋର୍ଡ ମାର୍କ ଅପଲୋଡ଼ କରିବ।

Leave a Reply

Your email address will not be published. Required fields are marked *