ଏଣିକି ହ୍ବାଟସ ଆପରେ କରିହେବ କରୋନା ଟିକାପାଇଁ ସ୍ଲଟ ବୁକ

ନୂଆଦିଲ୍ଲୀ: ସରକାର ଟିକା ନେବାକୁ ଥିବା ଲୋକଙ୍କ ପାଇଁ ବଡ଼ ସୁବିଧାର ଘୋଷଣା କରିଛନ୍ତି। ଏଣିକି ଆପଣମାନେ ଟିକା ପାଇଁ ହ୍ବାଟସ ଆପରେ ସ୍ଲଟ ବୁକ କରି ପାରିବେ। ଏଥିସହିତ ନିକଟସ୍ଥ ଟିକା କେନ୍ଦ୍ର ସମ୍ପର୍କରେ ବି ସୂଚନା ପାଇପାରିବେ।ହ୍ବାଟସ ଆପର ନୂଆ ଫିଚର ‘MyGov Corona Helpdesk’ ସହିତ କାମ କରିବ। କିଛିଦିନ ପୂର୍ବରୁ ହ୍ବାଟସ ଆପ ଟିକା ସାର୍ଟିଫିକେଟ ଡାଉନଲୋଡ କରିବାର ସୁବିଧା ମିଳିଥିଲା। ଏଯାବତ ପାଖାପାଖି ୩୨ଲକ୍ଷ ସାର୍ଟିଫିକେଟ ଡାଉନଲୋଡ କରାଯାଇଛି।

ହ୍ବାଟସ ଆପରେ ଏମିତି କରନ୍ତୁ କରୋନା ଟିକା ପାଇଁ ସ୍ଲଟ ବୁକ

୧. ପ୍ରଥମେ ଆପଣ ଫୋନରେ ‘MyGov Corona Helpdesk’ ଚାଟବୋଟର ନମ୍ବର ୯୧-୯୦୧୩୧୫୧୫୧୫ ସେଭ କରନ୍ତୁ।
୨. ଏହାପରେ ହ୍ବାଟସଆପରେ ‘MyGov Corona Helpdesk’ କଣ୍ଟାକ୍ଟକୁ ଓପନ କରନ୍ତୁ।
୩. ଓପନ କରିବା ପରେ ବୁକ ସ୍ଲଟ ଲେଖି ମେସେଜ କରନ୍ତୁ।
୪. ଏହାପରେ ମୋବାଇଲ ନମ୍ବରରେ ଛଅ ଅଙ୍କ ବିଶିଷ୍ଟ ଏକ ଓଟିପି ଆସିବ।
୫. ଏହାପରେ ଆପଣଙ୍କୁ ଲୋକେସନ, ତାରିଖ ଓ ଟିକା ନାମର ବିକଳ୍ପ ମିଳିବ।
୬. ଏତିକି କରିବା ପରେ ଆପଣଙ୍କ ପିନ କୋର୍ଡକୁ ଆଧାର କରି ନିକଟରେ ଥିବା ଟିକା କେନ୍ଦ୍ରରେ କରୋନା ଟିକା ପାଇଁ ସ୍ଲଟ ବୁକ କରିଦିଆଯିବ।

Leave a Reply

Your email address will not be published. Required fields are marked *