STF କୁ ବଡ଼ ସଫଳତା; ୨ କେଜିରୁ ଅଧିକ ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ରୁ ପୁଣି ଜବତ ହୋଇଛି ଧଳା ଜହର । ବାଲେଶ୍ବର ଜିଲ୍ଲା ବସ୍ତା ଅଞ୍ଚଳରୁ ଜଣେ ବ୍ରାଉନ ସୁଗର ବେପାରୀକୁ ଉଠାଇନେଲା S T F ପୋଲିସ । ସୂଚନା ଅନୁସାରେ ବାଲେଶ୍ବରରେ ବ୍ରାଉନ ସୁଗର କାରବାର ରୋକିବାରେ ନା ଧରୁ ନଥିବା ବେଳେ ଦୁଇ କେଜିରୁ ଅଧିକ ପରିମାଣର ବ୍ରାଉନ ସୁଗର ଜବତ କରିବାରେ ସଫଳ ହୋଇଛି ଏସ ଟି ଏଫ । ଯାହାର ଆନୁମାନିକ ମୂଲ୍ୟ ଦୁଇ କୋଟି ଟଙ୍କା ହେବ ବୋଲି ପ୍ରକାଶ କରିଛନ୍ତି ଏବଂ ଅଧିକ ତଦନ୍ତ ପାଇଁ ଆସାମୀ ନାମ ଗୋପନ ରଖିଛନ୍ତି । ବ୍ରାଉନ୍‌ସୁଗର ଜବତ ନେଇ ନେଇ ପୁଲିସ ଡିଜି ଅଭୟ ସୂଚନା ଦେଇଛନ୍ତି।ନିଶା ମୂଳୋତ୍ପାଟନ କରିବା ଲକ୍ଷ୍ୟରେ ୨୦୨୦ ମସିହାରୁ ଓଡ଼ିଶା ପୁଲିସ ଅପରେଶନ୍‌ ଆରମ୍ଭ କରିଛି। ଆଜି ପର୍ଯ୍ୟନ୍ତ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୩୪ କେଜି ବ୍ରାଉନ୍‌ସୁଗର ଜବତ କରିଛି।

Advertisement

Leave a Reply

Your email address will not be published. Required fields are marked *