ଅନୁଗୋଳ : ଭୁଶୁଡି ପଡିଛି ବ୍ରିଟିଶ ଅମଳର ଏକ ଲୁହା ପୋଲ। ଅନୁଗୋଳ ଜିଲ୍ଲା ଛେଣ୍ଡିପଦା- ଅନୁଗୋଳ ୬୩ ନମ୍ବର ରାଜ୍ୟ ରାଜପଥର ରାଇଝରଣ ନିକଟରେ ଥିବା ଲୁହା ପୋଲ ଟି ଭୁଶୁଡି ପଡିଛି । ସିଙ୍ଗଡ଼ାନାଳ ଉପରେ ଲୁହା ପୋଲଟି ଗତକାଲି ରାତିରେ ଭୁଶୁଡି ପଡିଛି। ପୋଲ ୧୯୩୦-୩୨ ମସିହାରେ ନିର୍ମିତ ହୋଇଥିଲା। ପୋଲ ବିପଦ ସଂକୁଳ ଥିବା ଯୋଗୁ ତା’ପାଖରେ ଆଉ ଏକ ପୋଲ ନିର୍ମାଣ କରାଯାଇଥିଲା। ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଗତ ୭ ବର୍ଷ ହେବ ନୂଆ ପୋଲରେ ଯାତାୟାତ କରୁଥିଲେ ଲୋକେ। ରାତିରେ କେତେବେଳେ ଏହି ବିପଦ ସଂକୁଳ ଲୁହା ପୋଲଟି ଭୁଶୁଡି ଯାଇଥିବା ବେଳେ ଏଥିରେ କେହି ମୃତାହତ ହୋଇନାହାନ୍ତି.
