ପୁଣି୧.୩୨ କେଜି ବ୍ରାଉନସୁଗାର ଜବତ, ୩ ଗିରଫ ।

ଭୁବନେଶ୍ବର: ଖୋର୍ଦ୍ଧା ନିକଟରୁ ୧.୩୨ କେଜି ବ୍ରାଉନସୁଗାର ଜବତ ଘଟଣା ରେ ୩ ଜଣଙ୍କୁ ଗିରଫ କରିଛି ଏସଟିଏଫ । ଏହି ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ। ଗତକାଲି ସଂଧ୍ୟାରେ ଜବତ ହୋଇଥିବା ନେଇ ସୂଚନା ଦେଇଛନ୍ତି ପୁଲିସ ଡିଜି ଅଭୟ। ଏହା ସହ ଏହି ମାମଲାରେ ୩ଜଣଙ୍କୁ ଗିରଫ କରିଛି ଏସଟିଏଫ।

Advertisement

ଗତ୧୦ ବର୍ଷ ଭିତରେ ଯେତିକି ବ୍ରାଉନସୁଗାର ଜବତ ହୋଇଥିଲା, କେବଳ ୨୦୨୦ରେ ସେତିକି ପରିମାଣର ବ୍ରାଉନସୁଗାର ଜବତ ହୋଇଥିବା ନେଇ ସୁଚନା ଦେଇଛନ୍ତି ପୁଲିସ ଡିଜି। ତେବେ ଏତେ ପରିମାଣର ବ୍ରାଉନସୁଗାର କେଉଁଠୁ ଆସୁଛି, ସେନେଇ କ୍ରାଇମବ୍ରାଞ୍ଚ ଏସଟିଏଫ ଖୋଳତାଡ଼ କରୁଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *