୪ ବେପାରୀ ଙ୍କ ଠାରୁ ୩୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: ବେପାରୀ ଗିରଫ 

ପୁରୀ: ପୁରୀରୁ ଆଜି ପୁଣି ବିପୁଳ ପରିମାଣର ବ୍ରାଉନସୁଗାର ଜବତ ହୋଇଥିବାର ଖବର ମିଳିଛି। ଏହି ମାମଲାରେ ୪ ଆନ୍ତଜିଲ୍ଲା ବେପାରୀଙ୍କୁ ବି ଗିରଫ କରାଯାଇଛି।ମିଳିଥିବା ସୂଚନା ଅନୁଯାୟୀ, ପୁରୀ ସହରର  ବାସେଳି ଥାନାର ମାଟିତୋଟାରେ ଏସଟିଫ ଓ ପୁଲିସ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା। ଘଟଣାସ୍ଥଳରୁ ୩୫୬.୬୬ ଗ୍ରାମ୍ ଓଜନର ବ୍ରାଉନସୁଗାର ଜବତ କରାଯାଇଥିଲା। ଏହାର ଆନୁମାନିକ ମୂଲ୍ୟ ୩୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଏହାଛଡ଼ା ସେଠାରୁ ୪ ଆନ୍ତଜିଲ୍ଲା ବେପାରୀ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଫିରୋଜ ଖାନ୍, ପପୁ ପାଣ୍ଡେ, ଶେଖ୍ ଇଫତଖର୍ ଟୁଲ୍ଲା ଓ ଦୀପ୍ତି ରଂଜନ ଭୁଜବଳ। ଏନେଇ ଅଧିକ ତଦନ୍ତ ଚାଲିଛି।ସେମାନଙ୍କଠାରୁ ୩ଟି ଦୁଇଚକିଆ ଯାନ, ୪ଟି ମୋବାଇଲ୍ ଫୋନ୍, ଗୋଟିଏ ଓଜନ ମେସିନ୍ ଓ ନଗଦ ୧୭ ହଜାର ଟଙ୍କା ଜବତ କରାଯାଇଥିଲା

Leave a Reply

Your email address will not be published. Required fields are marked *