ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ, ୫୯୪୫ ବିଦ୍ୟାଳୟରେ ମାଟ୍ରିକ ରେଜଲ୍ଟ ଶତପ୍ରତିଶତ ।

ଭୁବନେଶ୍ବର: ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ । ବୋର୍ଡ ଅଫିସରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଞ୍ଜନ ଦାସ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି। ପ୍ରଥମଥର ବିନା ପରୀକ୍ଷାରେ ପ୍ରକାଶ ପାଇଛି ପରୀକ୍ଷାଫଳ। ସନ୍ଧ୍ୟା ୬ଟାରୁ ୱେବସାଇଟରେ ମାଟ୍ରିକ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ । ରେଜଲ୍ଟ ଦେଖିବା ପାଇଁ ୱେବସାଇଟଟି ହେଲା- www.bseodisha.nic.in , www.bseodisha.ac.in । ସେହିପରି SMS ଜରିଆରେ ମଧ୍ୟ ରେଜଲ୍ଟ ପାଇ ପାରିବେ ଛାତ୍ରଛାତ୍ରୀ। ଏଥିପାଇଁ OR01 ଲେଖି ସ୍ପେଶ୍ ଦେବା ପରେ ରୋଲ ନମ୍ବର ଲେଖି ୫୬୭୬୭୫୦କୁ SMS କରିବାକୁ ହେବ। ମାଟ୍ରିକରେ ଏ ବର୍ଷ ପାସ୍ ହାର ୯୭.୮୯% ରହିଛି। ମୋଟ ୫, ୭୪, ୧୨୫ ପିଲାଙ୍କ ମଧ୍ୟରୁ ୫, ୬୨, ୦୧୦ ପାସ୍ ହୋଇଛନ୍ତି। ୭୭୦୩ ଛାତ୍ରଛାତ୍ରୀ ଫେଲ୍ ହୋଇଥିବା ସୂଚନା ମିଳିଛି। ୪୪୧୨ ପିଲା ଅନୁପସ୍ଥିତ ରହିଥିବା ବେଳେ ୨୨୫୬ ପିଲାଙ୍କ ମାର୍କ ସ୍କୁଲ ଦେଇନି।

କେଉଁ ଜିଲ୍ଲାରୁ କେତେ ପ୍ରତିଶତ ପାସ୍‌

କଟକ ୯୭.୮୯, ଜଗତସିଂହପୁର ୯୯.୦୯, କେନ୍ଦ୍ରାପଡ଼ା ୯୮.୯୨, ଯାଜପୁର ୯୯.୦୨, ଅନୁଗୁଳ ୯୮.୦୮, ଢେଙ୍କାନାଳ ୯୭.୯୪, ପୁରୀ ୯୮.୫୩, ଖୋର୍ଦ୍ଧା ୯୮.୬୧, ନୟାଗଡ଼ ୯୮.୧୭, ବାଲେଶ୍ୱର ୯୮.୫୯, ଭଦ୍ରକ ୯୮.୦୦, କେନ୍ଦୁଝର ୯୭.୭୬, ମୟୂରଭଂଜ ୯୭.୭୨, ଗଜପତି ୯୭.୭୨, ଗଂଜାମ ୯୮.୭୬, ବୌଦ୍ଧ ୯୬.୧୭, କନ୍ଧମାଳ ୯୭.୩୯, କଳାହାଣ୍ଡି ୯୭.୫୨, ନୂଆପଡ଼ା ୯୭.୫୬, ବରଗଡ଼ ୯୬.୯୬, ସମ୍ବଲପୁର ୯୬.୨୪, ଦେବଗଡ଼ ୯୮.୧୨, ଝାରସୁଗୁଡ଼ା ୯୮.୩୦, ବଲାଙ୍ଗୀର ୯୪.୮୭, ସୁବର୍ଣ୍ଣପୁର ୯୬.୭୫, ସୁନ୍ଦରଗଡ଼୯୮.୪୦, କୋରାପୁଟ୯୭.୬୭, ମାଲକାନଗିରି ୯୬.୨୭, ନବରଂଗପୁର ୯୮.୦୮, ରାୟଗଡ଼ା ୯୮.୦୬ ପ୍ରତିଶତ ପିଲା ପାସ କରିଛନ୍ତି ।

ମାଟ୍ରିକ ପରୀକ୍ଷାରେ ପୁଅଙ୍କ ଆଗରେ ଅଛନ୍ତି ଝିଅ । ୨ ଲକ୍ଷ ୮୧ ହଜାର ୬୫୮ ଛାତ୍ରୀ ପାସ୍ କରିଥିବା ବେଳେ ୨ ଲକ୍ଷ ୮୦ ହଜାର ୩୫୨ ଛାତ୍ର ପାସ୍ କରିଛନ୍ତି । ଏ-୧ରେ ୨ ହଜାର ୬୫୬, ଏ-୨ରେ ୨୨ ହଜାର ୧୩୧ ଜଣ ପାସ କରିଛନ୍ତି । ସେହିପରି ବି-୧ରେ ୫୨ ହଜାର ୨୯୯, ବି-୨ରେ ୯୪ ହଜାର ୪୭୫, ସି ଗ୍ରେଡରେ ୧ ଲକ୍ଷ ୩୭ ହଜାର ୧୪, ଡି ଗ୍ରେଡରେ ୧ ଲକ୍ଷ ୫୧ ହଜାର ୬୩୯, ଇ ଗ୍ରେଡରେ ୧ ଲକ୍ଷ ୧ ହଜାର ୭୯୬ ଓ ଏଫ ଗ୍ରେଡରେ ୭ ହଜାର ୭୦୩ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛି ।

Leave a Reply

Your email address will not be published. Required fields are marked *