ଅନ୍ତରୀଣ ବଜେଟ୍ ଦେଶର ୪ ସ୍ତମ୍ଭକୁ ଅଧିକ ମଜଭୁତ କରିବ: ପ୍ରଧାନମନ୍ତ୍ରୀ

ଆସନ୍ତୁ ଜାଣିବା ୧୦ଟି ପଏଣ୍ଟରେ ଅନ୍ତରୀଣ ବଜେଟ୍

ନୂଆଦିଲ୍ଲୀ: ଆଜି ସଂସଦରେ ୨୦୨୪ର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ବଜେଟ୍ ଉପସ୍ଥାପନ ହେବା ପରେ ଏହାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।  ଅର୍ଥମନ୍ତ୍ରୀ ୪୭.୬୬ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ଏହି ବଜେଟ୍ ଦେଶର ବିକାଶକୁ ତ୍ୱରାନ୍ୱିତ କରିବ ବୋଲି ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ବଜେଟ ବିକଶିତ ଭାରତର ୪ ସ୍ତମ୍ଭ ଦେଶର ଯୁବ ଗୋଷ୍ଠୀ, କୃଷକ, ଗରିବ ଏବଂ ମହିଳାଙ୍କୁ ସଶକ୍ତିକରଣ କରିବ । ସେ କହିଛନ୍ତି ଯେ ଏହି ଐତିହାସିକ ବଜେଟ୍ ୨୦୪୭ ସୁଦ୍ଧା ଦେଶକୁ ବିକଶିତ କରିବ । ଏହି ବଜେଟ୍ ଅନ୍ତରୀଣ ଇପାରେ କିନ୍ତୁ ଆସନ୍ତା ବର୍ଷ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।ମୋଦୀ ଆହୁରି କହିଛନ୍ତି ଯେ, ‘ଆମେ ଏକ ବଡ ଲକ୍ଷ୍ୟ ସ୍ଥିର କରିଛୁ, ଏହାକୁ ହାସଲ କରୁଛୁ ଏବଂ ତା’ପରେ ନିଜ ପାଇଁ ଏକ ବଡ ଲକ୍ଷ୍ୟ ସ୍ଥିର କରିଛୁ । ଗାଁ ଓ ସହରରେ ଗରିବଙ୍କ ପାଇଁ ୪ କୋଟିରୁ ଅଧିକ ଘର ନିର୍ମାଣ କରିଛୁ ଏବଂ ଏବେ ଆହୁରି ୨ କୋଟି ଘର ନିର୍ମାଣ କରିବାକୁ ଲକ୍ଷ୍ୟ ଧାର୍ୟ୍ୟ କରିଛୁ । ଆମେ ୨ କୋଟି କୋଟିପତି ଦିଦିଙ୍କୁ ରୋଜଗାର କରିବାକୁ ଲକ୍ଷ୍ୟ ରଖିଥିଲୁ, ଏବେ ଏହାକୁ ୩ କୋଟିକୁ ବୃଦ୍ଧି କରାଯାଇଛି’। ଆମର ଲକ୍ଷ୍ୟ ହେଉଛି କୃଷକଙ୍କ ଆୟ ବୃଦ୍ଧି, ଯାହା ଏହି ବଜେଟରେ ହାସଲ କରାଯାଇଛି । ଆଜିର ବଜେଟ୍ ଏକ ଅନ୍ତର୍ଭୂକ୍ତ ଏବଂ ଅଭିନବ ବଜେଟ୍ ।

ଆଜି ଘୋଷଣା କରାଯାଇଥିବା ନୂତନ ଆୟକର ଯୋଜନା ମଧ୍ୟବିତ୍ତ ଶ୍ରେଣୀର ଏକ କୋଟି ଲୋକଙ୍କୁ ବହୁତ ଆଶ୍ବସ୍ତି ଦେବ ପ୍ରଧାନମନ୍ତ୍ରୀ  କହିଛନ୍ତି। ଏହି ବଜେଟରେ ରିସର୍ଚ୍ଚ ଇନୋଭେସନ ପାଇଁ ୧ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ନରେନ୍ଦ୍ର ମୋଦୀ ।

ତେବେ ଆସନ୍ତୁ ଜାଣିବା ୧୦ଟି ପଏଣ୍ଟରେ ଅନ୍ତରୀଣ ବଜେଟ୍
୧.ପ୍ରତିମାସରେ ମାଗଣାରେ ମିଳିବ ୩୦୦ୟୁନିଟ ବିଜୁଳି। ଏହାଦ୍ବାରା ୧କୋଟି ଲୋକଙ୍କୁ ଲାଭ ମିଳିବ।
୨. ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ତିନିକୋଟି ଘର ନିର୍ମାଣ ହେବ। ଆଗାମୀ ୫ବର୍ଷ ମଧ୍ୟରେ ଗ୍ରାମାଞ୍ଚଳରେ ଆହୁରି ୨କୋଟି ଘର ନିର୍ମାଣ ହେବ।
୩. ଗର୍ଭାଶୟ କର୍କଟକୁ ରୋକିବା ପାଇଁ ୯-୧୪ ବର୍ଷ ବୟସର ବାଳିକାମାନଙ୍କ ପାଇଁ ମାଗଣା ଟିକାକରଣ ଅଭିଯାନ ଆରମ୍ଭ ହେବ। ଏହି ଅଭିଯାନର ଆରମ୍ଭ ମିଶନ ‘ଇନ୍ଦ୍ରଧନୁଷ’ ଅଧୀନରେ ଆରମ୍ଭ ହେବ ।
୪. ଏଯାବତ ୧କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରାଯାଇଛି। ଏହି ଲକ୍ଷ୍ୟକୁ ଦୁଇକୋଟିରୁ ବୃଦ୍ଧି କରି ତିନିକୋଟି କରାଯାଇଛି।
୫. ଆୟକରରେ କୌଣସି ପରିବର୍ତ୍ତନ ହେବନାହିଁ ।

୬. ଖବୁଶୀଘ୍ର ସରକାର ମଧ୍ୟବିତ୍ତଙ୍କ ପାଇଁ ହାଉସିଂ ସ୍କିମ ଆଣିବେ ।
୭. ୩ଟି ନୂଆ ରେଳ କରିଡର ନିର୍ମାଣ କରାଯିବ। ଏଥିସହିତ ବନ୍ଦେ ଭାରତର ୪୦୦୦୦ ବଗି ଅପଗ୍ରେଡ ହେବ। ମଟ୍ରୋ ଓ ନମୋ ଭାରତକୁ ଅନ୍ୟ ସହର ସହିତ ସଂଯୋଗ କରାଯିବ।
୮. ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରାଯିବ ।
୯. ଜିଡିପିର ବିକାଶ ଉପରେ ସରକାରଙ୍କ ଫୋକସ ରହିଛି ଏବଂ ଏଥିପାଇଁ ସରକାରଙ୍କ ପ୍ରୟାସ ଫଳପ୍ରଦ ହେଉଛି ।
୧୦. ଅଙ୍ଗନଓ୍ବାଡି ସେଣ୍ଟରକୁ ଅପଗ୍ରେଡ କରାଯିବ। ଆଶାକର୍ମୀ, ଅଙ୍ଗନଓ୍ବାଡିକର୍ମୀ ଓ ସହକର୍ମୀଙ୍କୁ ଆୟୁଷ୍ମାନ ଯୋଜନାରେ ଲାଭ ମିଳିବ।

Leave a Reply

Your email address will not be published. Required fields are marked *