ସ୍ଥଗିତ ହେଲା ଘରୋଇ ବସ ଧର୍ମଘଟ,ରାଜ୍ୟବ୍ୟାପୀ ବସ ଧର୍ମଘଟର ଡାକରା ଦେଇଥିଲା ମାଲିକ ସଂଘ.

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟବ୍ୟାପୀ ହେବାକୁ ଥିବା ଘରୋଇ ବସ ଧର୍ମଘଟ ସ୍ଥଗିତ ରଖାଯାଇଛି। ବସ ଧର୍ମଘଟକୁ ସ୍ଥଗିତ ରଖାଯାଇଥିବାର ଘରୋଇ ବସ ମାଲିକ ସଂଘ ସୂଚନା ଦେଇଛି । ମିଳିଥିବା ସୂଚନା ମୁତାବକ ଭିନ୍ନ ଭିନ୍ନ ୧୦ ଦଫା ଦାବି ନେଇ ଜାନୁଆରୀ ୧୭ରେ ରାଜ୍ୟବ୍ୟାପୀ ବସ ଧର୍ମଘଟର ଡାକରା ଦିଆଯାଇଥିଲା ଏହାପରେ ଦାବିକୁ ନେଇ ସରକାରଙ୍କ ସହ ଆଲୋଚନା ପରେ ୩ଟି ଦାବି ପ୍ରାଥମିକ ପର୍ଯ୍ୟାୟରେ ପୂରଣ ହୋଇଛି। ବାକି ଦାବିଗୁଡିକ ପାଇଁ ସରକାର ସମୟ ମାଗିଥିବା କହିଛି ମାଲିକ ସଂଘ। ମାର୍ଚ୍ଚ ୩୧ ସୁଦ୍ଧା ଦାବି ପୁରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବ ସଂଘ। ସ୍କ୍ରାପିଂ ପଲିସିକୁ ୧୫ ରୁ ୨୦ ବର୍ଷକୁ ବଢାଇବାକୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ଦିନ ସମୟରେ ସ୍ଲିପର କୋଚ ଚଳାଇବା ଏବଂ ଟ୍ରାନ୍ସଫର ଅଫ ପରମିଟ ଭଳି ଦାବି ପୂରଣ ହୋଇଛି। ଆସନ୍ତାକାଲିଠାରୁ ବସ ପୁଣି ସ୍ୱାଭାବିକ ଭାବେ ଚାଲିବ।

Advertisement

Leave a Reply

Your email address will not be published. Required fields are marked *