ଅନୁଗୋଳ ସହରରେ ଆରମ୍ଭ ହେବ କ୍ୟାବ ସେବା

ଅନୁଗୋଳ ରେ ଆରମ୍ଭ ହେବ CAB ସେବା। ପ୍ରଥମ କରି ପ୍ରଗତି କ୍ୟାବ ନାମକ ଏକ ସଂସ୍ଥା ଏହି CAB ସେବା ଆରମ୍ଭ କରିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି । କମ୍ପାନୀ ପକ୍ଷରୁ ଦିଆ ଯାଇଥିବା ସୂଚନା ମୁତାବକ ଖୁବ ଶୀଘ୍ର ଏହି ସେବା ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ଅଟୋ ସେବା ଯୋଗାଇବ ଏହି କମ୍ପାନୀ। ଯେଭଳି ଅନ୍ୟ କ୍ୟାବ ଗୁଡିକ ବଡ ବଡ ସହର ମାନଙ୍କରେ ଲୋକଙ୍କୁ ଯିବା ଆସିବା ର ସେବା ଯୋଗାଉଛି ସେଭଳି ପ୍ରଗତି Cab ମଧ୍ୟ ଲୋକଙ୍କୁ ପରିବହନ ସେବା ଯୋଗାଇବ। ଏହି ସେବା କେବଳ ସହର ମଧ୍ୟରେ ରହୁଥିବା ଲୋକେ ପାଇ ପାରିବେ।ପରବର୍ତ୍ତୀ ସମୟରେ ଏହି ସେବାରେ ଟ୍ୟାକ୍ସି ଓ ଅନ୍ୟ ଗାଡି ସବୁ ସାମିଲ କରାଯିବା ସହ ଗ୍ରାମାଞ୍ଚଳରେ ମଧ୍ୟ ସେବା ଯୋଗାଇବା ଆରମ୍ବ ହେବ ବୋଲି କମ୍ପାନୀ ଅଧିକାରୀ ମାନେ କହିଛନ୍ତି ।

ସୂଚନାନୁସାରେ ଓଡ଼ିଶାର ବଡ ବଡ ସହର ଗୁଡିକରେ ବିଶେଷ କରି ଭୁବନେଶ୍ୱର ଓ କଟକରେ ଏ ସୁବିଧା ଉପଲବ୍ଧ ରହିଥିବା ବେଳେ ଅନ୍ୟ ଜିଲ୍ଲା ବା ଛୋଟ ସହର ଓ ଗ୍ରାମାଞ୍ଚଳରେ ଏହି ସୁବିଧା ନଥିବା କାରଣରୁ ଏହାର ସୁବିଧା ସୁଯୋଗ ନେବା ନିମନ୍ତେ ବର୍ତ୍ତମାନ ଅନୁଗୋଳରେ ଆରମ୍ଭ ହେବାକୁ ଯାଉଛି କେବ୍ ସର୍ଭିସ୍ । ଆୟୋଜିତ ସାମ୍ବାଦିକ ସମ୍ମଳନୀ ରେ ଗଣେଶ ଟେଣ୍ଟ ହାଉସର ମୁଖ୍ୟ ଗଣେଶ୍ବର ମିଶ୍ର,ପ୍ରଗତୀ କେବ୍ ସର୍ଭିସ୍ ରାଷ୍ଟ୍ରୀୟ ସିଇଓ ରାଧାକୃଷ୍ଣ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ସହର ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଯେ କୌଣସି ଯାଗାରେ ସ୍ମାର୍ଟ ଫୋନ ବ୍ୟବହାର କରୁଥିବା ବ୍ୟକ୍ତି ଏହି କେବ୍ ସର୍ଭିସ୍ ସେବା ପାଇ ପାରିବେ ବୋଲି ଅନୁଗୋଳ ପ୍ରଗତୀ କେବ୍ ସର୍ଭିସ୍ ମୁଖ୍ୟ ପଙ୍କଜ ମିଶ୍ର ପ୍ରକାଶ କରିଛନ୍ତି । ଏହାର ବ୍ୟବହାର ନିମନ୍ତେ pragati cab ଆପ୍ ଡାଉନଲୋଡ୍ କରି ସେଥିରୁ ଏହି ସେବାର ସୁଯୋଗ ନେଇପାରିବା ସହିତ  9777066371,7008542355 ଫୋନ୍ ନମ୍ବର ମାଧ୍ୟମରେ ମଧ୍ୟ ବୁକ୍ କରିପାରିବେ ବୋଲି ପଙ୍କଜ ମିଶ୍ର କହିଛନ୍ତି ।

Leave a Reply

Your email address will not be published. Required fields are marked *