ସେଞ୍ଚୁରିଅନ ଟେଷ୍ଟ ୩ୟ ଦିନ : ଭାରତ ୩୨୭ରେ ଅଲଆଉଟ୍ ଆରମ୍ଭରୁ ୩ଟି ଓ୍ବିକେଟ୍ ହରାଇଲା ଦକ୍ଷିଣ ଆଫ୍ରିକା ।

ସେଞ୍ଚୁରିଅନ : ସେଞ୍ଚୁରିଅନର ସୁପର ସ୍ପୋର୍ଟ୍ସ ପାର୍କଠାରେ ଚାଲିଥିବା ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟର ୩ୟ ଦିନରେ ବୋଲରମାନଙ୍କ ଆଧିପତ୍ୟ ଦେଖିବାକୁ ମିଳିଛି । ଭାରତ ଆଜି ନାଟକୀୟ ଭାବେ ୩୨୭ରେ ଅଲଆଉଟ୍ ହୋଇଯାଇଥିବାବେଳେ ଦକ୍ଷିଣ ଆଫ୍ରିକା ମଧ୍ୟ ୩୦ ରନରେ ୩ଟି ଓ୍ବିକେଟ୍ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି  ।

ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୨୭୨ ରନରେ ମାତ୍ର ୩ଟି ଓ୍ବିକେଟ ହରାଇଥିବେଳେ ଗତ କାଲି (ସୋମବାର) ବର୍ଷା ଯୋଗୁଁ ଖେଳ ହୋଇପାରିନଥିଲା । ମଙ୍ଗଳବାର ଭାରତ ୨୭୨/୩ରୁ ଆଗକୁ ଖେଳିବାକୁ ଆରମ୍ଭ କରିଥିଲେ ମଧ୍ୟ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଆଜି ଦଳ ମାତ୍ର ୫୫ ରନ ଯୋଗ କରି ଅର୍ଥାତ ୩୨୭ ରନରେ ଅଲଆଉଟ୍ ହୋଇଯାଇଥିଲା । ଭାରତ ପକ୍ଷରୁ କେଏଲ ରାହୁଲ ସର୍ବାଧିକ ୧୨୩ରନ ଓ ମୟଙ୍କ ଅଗ୍ରଓ୍ବାଲ ୬୦ରନ କରିଥିଲେ । ସେହିପରି ରାହାଣେ ୪୮ ରନ କରି ଲୁଙ୍ଗିଙ୍କ ବଲରେ ଆଉଟ୍ ହୋଇଥିଲେ । ଅଧିନାୟକ ବିରାଟ କୋହଲି ୩୫ ରନ କରିଥିଲେ ।ଭାରତୀୟ ବ୍ୟାଟିଂ ବିପର୍ଯ୍ୟୟର ମୁଖ୍ୟ କାରଣ ସାଜିଥିଲେ ଦକ୍ଷିଣ ଆଫ୍ରିକୀୟ ବୋଲର ଲୁଙ୍ଗି ଏନଗିଡି । ସେ ୭୧ ରନ ଦେଇ ୬ଟି ଓ୍ବିକେଟ ନେଇଥିଲେ । କାଗିସୋ ରବାଡା ୩ଟି ଓ୍ବିକେଟ ନେଇଥିଲେ । ଏହି ମ୍ୟାଚରେ ଭାରତୀୟ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ।

Leave a Reply

Your email address will not be published. Required fields are marked *