ଜାତୀୟ ମାର୍ଶାଲ ଆର୍ଟ ଖେଳାଳୀମାନଙ୍କୁ ମାନପତ୍ର ପ୍ରଦାନ।

ଅନୁଗୋଳ : ଅନୁଗୋଳ ସ୍କଏ ମାର୍ଶାଲ ଆର୍ଟ ସଂଘ ଦ୍ୱାରା ମା ବସନ୍ତି ଦୁର୍ଗା ଖେଳ ପଡିଆ ରେ ଜାତୀୟ ଖେଳାଳିଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ପୂର୍ବତନ ନଗରପାଳ ତଥା ପୂର୍ବତନ ତାମଡ଼ା ଅଧ୍ୟକ୍ଷ ଓ ଟାଇକୁଣ୍ଡୁ ସଂଘର ଉପସଭାପତି ଶକ୍ତି ପ୍ରସାଦ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ। ସମ୍ମାନୀୟ ଅତିଥି ଭାବରେ ସ୍କଏ ମାର୍ଶାଲ ଆର୍ଟ ସଂଘ ସଂପାଦକ ଡ. ଏସକେ ସଲାଉଦ୍ଦିନ୍ ଉପଦେଷ୍ଟା ଆଇନଜୀବୀ ପ୍ରଦୀପ କୁମାର ଦେବତା,ଉପଦେଷ୍ଟା ଆଇନଜୀବୀ ସଞ୍ଜୟ କୁମାର ମହାପାତ୍ର ,ଓଡ଼ିଶା ଆମେଚର୍ ଟାଇକୁଣ୍ଡୁ ସଂଘ ସଂପାଦକ ଅନିଲ କୁମାର ରାଉଳ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ କରି ସେମାନେ କିଭଳି
ଏହି ଖେଳ ରେ ନିଜ ଜିଲ୍ଲାର ସୁନାମ କିପରି ବଢାଇବେ ତାହା ବୁଝାଇଥିଲେ।ରାଜ୍ୟ ସମ୍ପାଦକ ଖେଳାଳି ମାନଙ୍କର ଭବିଷ୍ୟତ କିପରି ଭାବରେ ଉଜ୍ଜ୍ୱଳ ହେବ ଓ ଖେଳାଳୀମାନଙ୍କର ଚାକିରି କ୍ଷେତ୍ରରେ କିପରି ସହଯୋଗ ମିଳିବ ଆଲୋଚନା କରିଥିଲେ।ବିଗତ ବର୍ଷରେ ଅନୁଗୁଳ ବାଳକ ବିଭାଗର ୧ ଜଣ ଓ ବାଳିକା ବିଭାଗର ୨ ଜଣ ଓଡ଼ିଶା ସରକାରଙ୍କ ଦ୍ୱାରା ଖେଳାଳୀମାନଙ୍କୁ ପ୍ରୋତ୍ସାହନ ଅର୍ଥରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ।ଏହି କାର୍ଯ୍ୟକ୍ର ଜିଲ୍ଲା ସମ୍ପାଦକ ଦୁଷ୍ୟନ୍ତ କୁମାର ନାଥଙ୍କ ତତ୍ତ୍ଵାବଧାନରେ ହୋଇଥିଲା ଓ ଉକ୍ତ କାର୍ଯ୍ୟକ୍ରମକୁ ଖେଳାଳି ମୁକେଶ କୁମାର ସହ ଯୋଗ କରିଥିଲେ । ରାଜ୍ୟ ସମ୍ପାଦକ ଶ୍ରୀ ନାଥଙ୍କୁ ଶ୍ରେଷ୍ଠ ଜାତୀୟ ବିଚାରକ ଭାବରେ ମାନପତ୍ର ଏବଂ ଉପଢୌ କନ ପ୍ରଦାନ କରି  ଜିଲ୍ଲାର ଗୌରବ ବଢାଇଛନ୍ତି ବୋଲି କହି ଥିଲେ।

Advertisement

Leave a Reply

Your email address will not be published. Required fields are marked *