୯ ତାରିଖରେ ବାତ୍ୟା ସମ୍ଭାବନା, ବର୍ତ୍ତମାନ ଓଡ଼ିଶା ପାଇଁ ନାହିଁ ସତର୍କ ସୂଚନା – IMD ଡିଜି

ଭୁବନେଶ୍ବର: ଆସନ୍ତା ମେ’ ୯ ତାରିଖରେ ସୃଷ୍ଟି ହୋଇପାରେ ବାତ୍ୟା । ପୂର୍ବ ଆକଳନ ଅନୁସାରେ, ୬ ତାରିଖ ପାଖାପାଖି ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭବାନା ରହିଛି। ୬ରେ ସୃଷ୍ଟ ଘୂର୍ଣ୍ଣିବଳୟ ୭ରେ ଲଘୁଚାପର ରୂପ ନେବ। ଲଘୁଚାପଟି କ୍ରମେ ଘନୀଭୂତ ହୋଇ ୮ରେ ଅବପାତର ରୂପ ନେଇପାରେ। ଏ ନେଇ ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ପ୍ରେସ୍‌ମିଟ୍‌ରେ ଆଜି ଏହି ସୂଚନା ଦେଇଛନ୍ତି।

ତେବେ ବାତ୍ୟାର ଗତିପଥ ଓ ତୀବ୍ରତା ନେଇ ସ୍ପଷ୍ଟ ହୋଇନି। ବାତ୍ୟାଟି କୁଆଡ଼େ ଯିବ, କେତେ ତୀବ୍ରତା ରହିବ ଆକଳନ ହୋଇନି ବୋଲି IMD ଡିଜି ସୂଚନା ଦେଇଛନ୍ତି। ୭ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ପରେ ଏନେଇ ସ୍ପଷ୍ଟତା ଆସିବ।ତେବେ ୭ରୁ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଯେଉଁମାନେ ସମୁଦ୍ରରେ ଅଛନ୍ତି ସେମାନେ ୭ ସୁଦ୍ଧା ଚାଲି ଆସିବାକୁ ପରାମର୍ଶ ଦିଆଯାଇଛି।

ଓଡ଼ିଶା ଉପରେ ବାତ୍ୟାର ପ୍ରଭାବ ନେଇ IMD ଡିଜି ପ୍ରତିକ୍ରିୟାରେ କହିଛନ୍ତି ଯେ, ବାତ୍ୟାଟି କୁଆଡ଼େ ଯିବ, କେତେ ତୀବ୍ରତା ରହିବ ଆକଳନ ହୋଇନି। ୭ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ପରେ ଏନେଇ ସ୍ପଷ୍ଟତା ଆସିବ। ବର୍ତ୍ତମାନ ଓଡ଼ିଶା ପାଇଁ କିଛି ସତର୍କ ସୂଚନା ନାହିଁ। ଓଡ଼ିଶା ଉପକୂଳ ପାଇଁ ବର୍ଷା, ପବନର ସତର୍କ ସୂଚନା ଜାରି କରାଯାଇନି। ଓଡ଼ିଶା ପାଇଁ ସତର୍କ ସୂଚନା ନାହିଁ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *