ଆସନ୍ତା୨୯ତାରିଖରେ ଅନୁଗୋଳ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୩ କେନ୍ଦ୍ରମନ୍ତ୍ରୀ।

ଅନୁଗୋଳ: ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ଅନୁଗୋଳ ଜିଲ୍ଲାରେ ରାଜନୀତି ଏବେ ବେଶ ସରଗରମହେବାରେ ଲାଗିଛି ।କେଉଁ ଦଳ କିଭଳି ଲୋକଙ୍କୁ ନିଜ କବଜାକୁ ଆଣିବ ସେନେଇ ନେତାଏ ବି ଏବେ ଲୋକଙ୍କ ପାଖରେ।ଏହାରି ଭିତରେ ରାଜନୀତି କୁ ବେଶ ହଟଚମଟ କରିବ ଆଶନ୍ତା ୨୯ ତାରିଖ । ଗୋଟିଏ ଦିନରେ ରାଜ୍ୟ ମୁଖିଆ ବିଜେଡ଼ି ସଭାପତି ମୁଖ୍ୟ ମନ୍ତ୍ରୀ ଅନୁଗୋଳ ଗ୍ରସ୍ତରେ ଥିବା ବେଳେ ଏହି ଏକା ଦିନ ଅନୁଗୋଳ କୁ ଆସୁଛନ୍ତି ୩ କେନ୍ଦ୍ର ମନ୍ତ୍ରୀ।

ଆସନ୍ତା ୨୯ରେ ଦିନିକିଆ ଅନୁଗୋଳ ଜିଲ୍ଲା ଗ୍ରସ୍ତରେ ଆସୁଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟ । ସେପଟେ ସେହିଦିନ ମଧ୍ୟ ଅନୁଗୋଳ ଗ୍ରସ୍ତ ରେ ଆସୁଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଓ କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ । ସମାନ ଦିନରେ ଦୁଇ ଦୁଇ ଟି ପ୍ରମୁଖ ଦଳର ର ତୁଙ୍ଗ ନେତା ଅନୁଗୋଳକୁ ଆସୁଥିବା ବେଳେ ଉଭୟ ଦଳ ସେମାନଙ୍କ ଶକ୍ତି ପ୍ରଦର୍ଶନ କରିବାପାଇଁ ଏବେ ବ୍ୟସ୍ତ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୋଳ ଷ୍ଟାଡିୟମ୍‌ରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। ସେଠାରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ସହ ଶିଳାନ୍ୟାସ ମଧ୍ୟ କରିବେ । ଏହାସହିତ ଅନେକ ସରକାରୀ ଯୋଜନାର ହିତାଧିକାରୀଙ୍କୁ ସହାୟତା ମଧ୍ୟ ପ୍ରଦାନ କରିବେ । ପରେ ମୁଖ୍ୟ ମନ୍ତ୍ରୀ ଅନୁଗୋଳ ରେଳଷ୍ଟେସନ୍‌ରେ ରେଳ ବିଭାଗର କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ । ଫଳରେ ମୁଖ୍ୟମନ୍ତ୍ରୀ ଙ୍କ ଗ୍ରସ୍ତପାଇଁ ଏବେ ଜିଲ୍ଲା ବିଜେଡ଼ି ଜୋରଦାର ପ୍ରସ୍ତୁତି ଚଳାଇଛି ।ଅନ୍ୟପଟେ ସେହି ଦିନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ‌କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଅନୁଗୋଳ ଆସୁଛନ୍ତି । ୩ କେନ୍ଦ୍ର ମନ୍ତ୍ରୀ ଅନୁଗୋଳ ରେଳଷ୍ଟେସନ ରେ ରେଳ ଲାଇନ୍‌ର ଲୋକାର୍ପଣ, ନୂତନ ଟ୍ରେନ୍‌କୁ ପତାକା ଦେଖାଇବା ସହିତ ରାଣୀଗୋଡ଼ା କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ୍‌ ପାଇଁ ଭୂମିପୂଜା କରିବେ । ଏଥିପାଇଁ ମଧ୍ୟ ଏବେ ବିଜେପି ଜୋରଦାର ପ୍ରସ୍ତୁତି ଚଳାଇଛି ।

ଦୁଇ ଦଳର ନେତାଏ ସରକାରୀ କାର୍ଯ୍ୟକ୍ରମରେ ଅନୁଗୋଳ ଆସିବେ । କିନ୍ତୁ ରାଜାନୈତିକ ଦଳ ମାନେ କିଭଳି ନିଜ ନେତାଙ୍କୁ ନେଇ ରାଜନୀତି କରିବେ ଓ ଲୋକଙ୍କୁ ନିଜ ସପକ୍ଷକୁ ଆଣିବେ ଏବେ ବ୍ୟସ୍ତ । ସେପଟେ ଗୋଟିଏ ଦିନରେ ବିଜେଡ଼ି ମୁଖିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେପି ର ୩ ତୁଙ୍ଗ ନେତା ଅନୁଗୋଳ ଆସିବାର ସୂଚନା ପରେ ଏବେ ରାଜନୀତି ବେଶ ସରଗରମ ହୋଇ ପଡିଛି । ଦୁଇ ଦଳ କିଏ କେମତି ନିଜର ଜୋର ଦେଖାଇବ ସେନେଇ ମଧ୍ୟ ସ୍ଥାନୀୟ ନେତାଏ ଏବେ ନିଜଆଡୁ ପ୍ରସ୍ତୁତି ଚଳାଇଛନ୍ତି ।

Leave a Reply

Your email address will not be published. Required fields are marked *