ରାଉରକେଲା: ରାଉରକେଲା ଗସ୍ତରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଉରକେଲାରେ ପହଞ୍ଚି ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଇଜିଏଚ ସୁପର ସ୍ପେଶାଲିଟି ହସ୍ପିଟାଲ ପରିସରରେ ଆୟୋଜିତ କାର୍ୟ୍ୟକ୍ରମରେ ସୁନ୍ଦରଗଡ଼ ଜିଲା ପାଇଁ ଏହି ସ୍ୱାସ୍ଥ୍ୟ ସେବାର ଶୁଭାରମ୍ଭ କରି ସେ କହିଛନ୍ତି ପ୍ରତ୍ୟେକ ପରିବାର ଓ ପ୍ରତ୍ୟେକ ଜୀବନ ମୋ ପାଇଁ ମୂଲ୍ୟବାନ। ରାଜ୍ୟବାସୀଙ୍କ ବିକାଶକୁ ମୋ ସରକାର ସବୁବେଳେ ପ୍ରାର୍ଥମିକତା ଦେଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ସୁନ୍ଦରଗଡ଼ ଜିଲା ପାଇଁ ମୂଲ୍ୟବାନ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୬୦୦ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି, ସୁନ୍ଦରଗଡ଼ର ପିଲାମାନେ ଓଡ଼ିଶା ଓ ଦେଶକୁ ଗର୍ବିତ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଖଣି ପାଇଁ ପରିଚିତ ସୁନ୍ଦରଗଡ଼ ଏବେ ଖେଳରେ ବି ବିଶ୍ୱରେ ନାଁ କରୁଛି। ସୁନ୍ଦରଗଡ଼ ହେଉଛି ହକିର ମାଟି। ଅଲିମ୍ପିକ ପଦକ ବିଜେତାଙ୍କ ମାଟି । ମାଲକାନଗିରି ପରେ ଦ୍ୱିତୀୟ ଜିଲ୍ଲା ଭାବେ ସୁନ୍ଦରଗଡରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ଯୋଜନା ଆରମ୍ଭ କରି ସେ ବେଶ ଖୁସି ବୋଲି ମୁଖ୍ଯମନ୍ତ୍ରୀ କହିଛନ୍ତି
Related Posts
ଏପ୍ରିଲ ୮ ରୁ ୧୦ ଯାଏଁ ନବମ ଅନୁଗୋଳ ଜିଲ୍ଲା ମହୋତ୍ସବ
ଧୀରେ ଧୀରେ କୋରାନା କବଳ ରୁ ମୁକ୍ତ ହେଉଛନ୍ତି ଓଡ଼ିଶାର ଲୋକେ। ଏଭଳି ସ୍ତୁତିରେ ଦୁଇ ବର୍ଷ ହେବ ଆମ କଲା ସଂସ୍କୃତି କୁ ଆମ ଆଉ…
ଆଞ୍ଚଳିକ ପାଣିପାଗ କେନ୍ଦ୍ର ର ସୂଚନା,ରାଜ୍ୟରେ ବଢ଼ିବ ଶୀତ!
ଭୁବନେଶ୍ବର : ରାଜ୍ୟକୁ ଶୀତ ଫେରିଛି। ତାପମାତ୍ରା ଧୀରେ ଧୀରେ ଖସିବା ଆରମ୍ଭ ହୋଇଗଲାଣି। ୨୪ ଘଣ୍ଟା ପରେ ତାପମାତ୍ରା ୩ରୁ ୫ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିବ।…
ଅନୁଗୋଳ ରେ ବିଜେଡ଼ିର ୨୫ତମ ପ୍ରତିଷ୍ଠା ଦିବସ
ଅନୁଗୋଳ: ଆଜି ବିଜୁ ଜନତା ଦଳ ଅନୁଗୋଳ ନିର୍ବାଚନ ମଣ୍ଡଳୀ ପକ୍ଷରୁ ୨୫ତମ ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ ୩ଟି ସ୍ଥାନ ରେ ପାଳନ କରାଯାଇଛି।…