ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ ବୈଠକ :ଭୟଭୀତ ନ କରି ସଚେତନ କରିବା ଦରକାର.

ନୂଆଦିଲ୍ଲୀ: ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ୍‌-ସମୀକ୍ଷା ବୈଠକ କରିଛନ୍ତି। ଦେଶରେ ହଠାତ କରୋନା ସଂକ୍ରମଣ ବଢ଼ିବାରୁ ଏହାର କାରଣ ଏବଂ ଏହାକୁ କିପରି ରୋକାଯାଇପାରିବ, ସେ ବିଷୟରେ ବୈଠକରେ ଆ‌ଲୋଚନା କରାଯାଇଛି। ବୈଠକ ଆରମ୍ଭରୁ ପ୍ରଧାନମନ୍ତ୍ରୀ ଦେଶରେ କୋଭିଡ ସ୍ଥିତି ବିଷୟରେ ଜଣାଇଥିଲେ ବୋଲି ଜଣାପଡ଼ିଛି। ଅନ୍ୟ ଦେଶ ଅପେକ୍ଷା ଭାରତରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା କମ ଥିବା ବେଳେ ୯୬ପ୍ରତିଶତ କରୋନା ଆକ୍ରାନ୍ତ ସୁସ୍ଥ ହୋଇସାରିଥିବା କହିଥିଲେ ପ୍ରଧାନମନ୍ତ୍ରୀ ।

Advertisement

ଏହା ସହ କରୋନା ସଂକ୍ରମଣକୁ ରୋକିବା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଉଚିତ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। “ଆଜି ଦିଆଯାଇଥିବା ଉପସ୍ଥାପନା ସଂକ୍ରମଣ ବୃଦ୍ଧି ନେଇ ଏକ ସ୍ପଷ୍ଟ ସୂଚନା ଦେଇଛି। ଭାରତରେ, ମହାରାଷ୍ଟ୍ର ଏବଂ ପଞ୍ଜାବ ପରି ଅଳ୍ପ କେତେକ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଛି। ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରେ କରୋନା ଆକ୍ରାନ୍ତଙ୍କ ହାର ବୃଦ୍ଧି ପାଉଛି। ୭୦ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ହାର ବୃଦ୍ଧି ପାଉଥିବା ଦେଖାଯାଇଛି। ଯଦି ଆମେ ଏହାକୁ ନିୟନ୍ତ୍ରଣ କରିବା ନାହିଁ, ତେବେ ଦେଶ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ଦେଖିବ। ତେଣୁ, ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଆବଶ୍ୟକ” ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

Leave a Reply

Your email address will not be published. Required fields are marked *