ପୂରଣ ହେବ ୬୦ ବର୍ଷର ଦାବି, ୨ ହଜାର ହୀରାକୁଦ ବନ୍ଧ ବିସ୍ଥାପିତଙ୍କୁ ମିଳିବ ଘରଡିହ ।

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହୀରାକୁଦ ବନ୍ଧ ବିସ୍ଥାପିତଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି। ହୀରାକୁଦ ବିସ୍ଥାପିତଙ୍କୁ ଘର ଡିହ ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।  ହୀରାକୁଦ ନଦୀ ବନ୍ଧ ପ୍ରକଳ୍ପ ଦ୍ବାରା ୨୦୦୦ ବିସ୍ଥାପିତ ପରିବାରକୁ ଘରଡିହ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି। ଏହାଦ୍ବାରା ୨୦୦୦ ବିସ୍ଥାପିତ ପରିବାରଙ୍କ ଦୀର୍ଘ ୬୦ ବର୍ଷର ସମସ୍ୟା ଦୂର ହେବ ।ଦୀର୍ଘଦିନ ହେଲା ନଦୀବନ୍ଧ ଦ୍ୱାରା ବିସ୍ଥାପିତ ହୋଇଥିଲେ ପରିବାର।

ହୀରାକୁଦ ଡ୍ୟାମ୍ ନିର୍ମାଣ ବେଳେ ସମ୍ବଲପୁର, ବରଗଡ, ଝାରସୁଗୁଡା, ସୁନ୍ଦରଗଡ ଜିଲ୍ଲାର ହଜାର ହଜାର ପରିବାର ବିସ୍ଥାପିତ ହୋଇଥିଲେ । ଦୀର୍ଘ ୬୦ ବର୍ଷ ପରେ ହୀରାକୁଦ ବିସ୍ଥାପିତଙ୍କ ଦୁଃଖ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ । ଝାରସୁଗୁଡା ଜିଲ୍ଲାର ପ୍ରାୟ ୨ ହଜାର ବିସ୍ଥାପିତ ପରିବାରକୁ ଘର ଡିହ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Leave a Reply

Your email address will not be published. Required fields are marked *