ଅନୁଗୋଳ: MRITE ପ୍ରୋଜେକ୍ଟର PLAN INDIA ସହଯୋଗରେ ଅନୁଗୋଳ ନିକଟସ୍ଥ କୁମଣ୍ଡ ଜରସିଙ୍ଗା ଉଚ୍ଚ ବିଦ୍ୟାଳୟ ଠାରେ ଶିଶୁ ଦିବସ କାର୍ଯକ୍ରମ ଆୟୋଜିତ ହୋଇ ଯାଇଛି ।ଏହି ଅବସରରେ PLAN INDIA ତରଫରୁ ଟୀକାକରଣ ମିତ୍ର ବିକାଶ କୁମାର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ କରୋନା ସମ୍ପର୍କିତ ଡ୍ରଇଂ ଓ ବକ୍ତୃତା ପ୍ରତିଯୋଗିତା କରାଯାଇଥିଲା । ଏଥିରେ ଚତୁର୍ଥ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ ।
ଜୁନିଅର ଓ ସିନିଅର ଗ୍ରୁପର କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଥମ, ଦ୍ଵିତୀୟ,ଓ ତୃତୀୟ ପୁରସ୍କାର ଅତିଥି ମାନଙ୍କ ଦ୍ୱାରା ବିତରଣ କରାଯାଇ ଶିଶୁ ମାନଙ୍କୁ ଉତ୍ସାହିତ କରାଯାଇଥିଲା । ଏଥିରେ ୪୦୦ରୁ ଅଧିକ ଶିଶୁ ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରିଥିଲେ ।
ଏହି କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନିହାର ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ପରିଚାଳନା କରାଯାଇଥିବା ବେଳେ ସହଯୋଗୀ ଶିକ୍ଷକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର କାଧିଆ ଶିକ୍ଷୟତ୍ରି କଳ୍ପନା ଶତପଥୀ ଓ ପ୍ରଭାତୀ ଦେହୁରୀ ଏବଂ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଗଣ ଉପସ୍ଥିତ ରହି ସହଯୋଗ କରିଥିଲେ । ସ୍କୁଲ ଶିକ୍ଷା କମିଟି ର ସଦସ୍ୟ ସଦଶ୍ୟl ଉପସ୍ଥିତ ରହିବା ସହ PLAN INDIA ର BPO କଳ୍ପନା ସାହୁ ଓ ଅନ୍ୟ ସହକର୍ମୀ ସୁରେଶ ନାୟକ,ବିକାଶ ସାହୁ, ସତ୍ୟନାରାୟଣ ସାମଲ,ରଶ୍ମିତା ସାମଲ,ସୁନିତା ମଝି ,କାଳିଚରଣ ସେଠି ଓ ଅନୁଶୟା ସାମଲ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ଶେଷ କରାଯାଇଥିଲା ।