ଶ୍ରୀମନ୍ଦିର ଗର୍ଭଗୃହ ଭିତରେ ଖସିଲା ଚୂନ

ପୁରୀ: ଶ୍ରୀମନ୍ଦିରର ଗର୍ଭଗୃହ ଭିତରେ ଏକ ଚୂନ ଖଣ୍ଡ ଖସିପଡ଼ିଥିବା ଜଣାପଡ଼ିଛି । ଖସିପଡ଼ିଥିବା ଚୂନ ଖଣ୍ଡର ଓଜନ ପ୍ରାୟ ଦେଢ଼ କିଲୋର ହେବ ବୋଲି କୁହାଯାଉଛି । ତେବେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ କୌଣସି ଆଘାତ ଲାଗିନାହିଁ ବୋଲି ସୂଚନା ରହିଛି। ଏହି ଘଟଣା ଦୁଇ ଦିନ ତଳର ବୋଲି ଜଣାପଡ଼ିଛି। ତେବେ କେତେକ ଗର୍ଭଗୃହରେ ଖସିପଡ଼ିଥିବା ଖଣ୍ଡଟି ଚୂନ ନୁହେଁ, ପଥର ହୋଇପାରେ ବୋଲି ଦାବି କରୁଛନ୍ତି। ମାତ୍ର ପ୍ରଶାସନ ପକ୍ଷରୁ ଏ ସଂକ୍ରାନ୍ତରେ କୌଣସି ସ୍ପଷ୍ଟ ସୂଚନା ଜାରି କରାଯାଇନାହିଁ।

ଶ୍ରୀମନ୍ଦିର ଅଧୀକ୍ଷଣ ଯନ୍ତ୍ରୀ ନରେଶ ଚନ୍ଦ୍ର ରାଉତ କହିଛନ୍ତି ଯେ ‘‘କିଛି ଦିନ ତଳେ ଅଳ୍ପ କିଛି ଚୂନ ଖସିଥିଲା। ଏହା ଏକ ବଡ଼ ଘଟଣା ନୁହେଁ।’’ ଗର୍ଭଗୃହର ମରାମତି ସମୟରେ ପଥରଗୁଡ଼ିକୁ ସୁରକ୍ଷିତ କରି ରଖିବା ଲାଗି ଏକ ବିଶେଷ ଧରଣର ପ୍ରଲେପ(ଚୂନ) ଦିଆଯାଇଥାଏ। ଏହି  ପ୍ରଲେପରୁ ଏକ ଖଣ୍ଡ ଖସିଥିବା ବିଶେଷ ସୂତ୍ରରୁ ପ୍ରକାଶ।

Leave a Reply

Your email address will not be published. Required fields are marked *