ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇଛି ସିଭିଲ ସର୍ଭିସ ମେନ ପରୀକ୍ଷା ଫଳ । ସିଭିଲ ସର୍ଭିସ ପରୀକ୍ଷା-୨୦୨୦ ମେନ୍ ପରୀକ୍ଷାର ଟପ୍ପର ହୋଇଛନ୍ତି ଶୁଭମ କୁମାର । ସେହିପରି ଦ୍ୱିତୀୟ ସ୍ଥାନରେ ଜାଗ୍ରତି ଅଓ୍ଵସ୍ଥି ଅଛନ୍ତି। ଶୁଭମ କୁମାର ଆଇଆଇଟି ବମ୍ବେର ସିଭିଲ ଇଞ୍ଜିନିୟରିଂରେ ବି.ଟେକ୍ କରିଥିବା ବେଳେ ଜାଗ୍ରତି ମଧ୍ୟ ହେଉଛନ୍ତି ଜଣେ ବି.ଟେକ୍ ଛାତ୍ରୀ।
ତୃତୀୟ ସ୍ଥାନରେ ଅଙ୍କିତା ଜୈନ ଥିବା ବେଳେ ଚତୁର୍ଥ ସ୍ଥାନରେ ୟସ ଜାଲୁକା ଅଛନ୍ତି। ସେହିପରି ସିଭିଲ୍ ସର୍ଭିସ୍ ମେଡ଼ ପରୀକ୍ଷାରେ ସମୁଦାୟ ୭୬୧ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ସାଧାରଣ ବର୍ଗରୁ ୨୬୩ ଜଣ ଥିବାବେଳେ ଓବିସି ବର୍ଗର ୨୨୯ ଜଣ ଛାତ୍ରଛାତ୍ରୀ ଅଛନ୍ତି। ସେହିପରି ଏସ୍ସି ଓ ଏସ୍ଟି ବର୍ଗରୁ ଯଥାକ୍ରମେ ୧୨୨ ଜଣ ଓ ୬୧ ଏସ୍ଟି ବର୍ଗର ଜଣ ଛାତ୍ରଛାତ୍ରୀ ଅଛନ୍ତି। ସୂଚନାଯୋଗ୍ୟ, ଆଇଏଏସ୍ ପାଇଁ ୧୮୦, ଆଇଏଫ୍ଏସ୍ ପାଇଁ ୩୬, ଆଇପିଏସ୍ ପାଇଁ ୨୦୦, ସେଣ୍ଟ୍ରାଲ ସର୍ଭିସ ଗ୍ରୁପ-ଏ ପାଇଁ ୩୦୨ ଓ ଗ୍ରୁପ୍-ବି ପଦବି ପାଇଁ ୧୧୮ ଜଣଙ୍କୁ ନିଯୁକ୍ତି ମିଳିବ