୧୯ରୁ ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ବନ୍ଦ

ଭୁବନେଶ୍ବର: କରୋନା ପୁଣି ଚିନ୍ତା ବଢାଇଛି। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ବନ୍ଦ ହେବାକୁ ଯାଉଛି। ଆସନ୍ତା ୧୯ ତାରିଖରୁ ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଛାତ୍ରଛାତ୍ରୀମାନଙ୍କ ପଢିବା ପାଇଁ ଅନଲାଇନ୍‌ କ୍ଲାସ୍‌ ଆରମ୍ଭ ହେବା ନେଇ ଘୋଷଣା କରିଛି ଉଚ୍ଚ ଶିକ୍ଷା ବିଭାଗ। ଏ ନେଇ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ। ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପକ ଭାବେ ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ନେଇଛି ଉଚ୍ଚ ଶିକ୍ଷା ବିଭାଗ

।ଆସନ୍ତା ସୋମବାର ଠାରୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, କଲେଜର ପରୀକ୍ଷା ଓ ଅଫଲାଇନ୍‌ ପାଠପଢ଼ା ବନ୍ଦ ରହିବ। ୧୯ ତାରିଖ ସୁଦ୍ଧା ସମସ୍ତ ହଷ୍ଟେଲ ବନ୍ଦ ଏବଂ ଖାଲି କରିବା ପାଇଁ ମଧ୍ଯ ନିର୍ଦ୍ଦେଶ ହୋଇଛି। ସିଲାବସ ଶେଷ ହେବା ପର୍ଯ୍ଯନ୍ତ ଅନଲାଇନରେ କ୍ଲାସ କରାଯିବ। ସମସ୍ତ ଉଚ୍ଚଶିକ୍ଷା ଅନୁଷ୍ଠାନରେ ୫୦ ପ୍ରତିଶତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କୁ ନେଇ ଚାଲିବ। ରୋଟେସନ ଭିତିରେ ଅଫିସ, ଏକାଡେ଼ମିକ, ପ୍ରଶାସନିକ କାର୍ଯ୍ଯ ହେବ। ଶିକ୍ଷକମାନେ ଅନଲାଇନରେ କ୍ଲାସ ନେବେ ।

Leave a Reply

Your email address will not be published. Required fields are marked *