ରାଜ୍ୟ ବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ: ସତର୍କ ରହି କୋଭିଡ ନିୟମ ପାଳନ କରନ୍ତୁ

ଭୁବନେଶ୍ୱର: କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଓମିକ୍ରନ ସଂପର୍କରେ ଲୋକଙ୍କୁ ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନସାଧାରଣଙ୍କ ସହଯୋଗରେ କୋଭିଡର ପ୍ରଥମ ଓ ଦ୍ୱିତୀୟ ଲହରୀକୁ ଓଡ଼ିଶା ସଫଳ ଭାବରେ ମୁକାବିଲା କରିପାରିଛୁ । ବର୍ତ୍ତମାନ କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନ ତା’ର କାୟା ବିସ୍ତାର କରୁଛି । ତେଣୁ ଜନସାଧାରଣ ସତର୍କ ରହି କୋଭିଡ ନିୟମ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା, ସାମାଜିକ ଦୂରତ୍ୱ ରକ୍ଷା କରିବା ଓ ଅତି ଆବଶ୍ୟକ ନ ହେଲେ ଭିଡକୁ ନ ଯିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।ବୁଧବାର ଗରୀବ ଲୋକଙ୍କ ପାଇଁ କୋଭିଡ ସହାୟତାର ଶୁଭାରମ୍ଭ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Advertisement

ଏହି କାର୍ଯ୍ଯକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗ ଦେଇ କହିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ କୋଭିଡ ପରିଚାଳନାରେ ଓଡିଶା ଦେଶର ମଡେଲ ହୋଇପାରିଛି। BSKY ଯୋଜନାର ଉଦାହରଣ ଦେଇ ସେ କହିଥିଲେ ଯେ, ଦେଶର ଅନ୍ୟ କୌଣସି ରାଜ୍ୟରେ ଜନସାଧାରଣଙ୍କୁ ଏତେ ବ୍ୟାପକ ଭାବରେ ସ୍ୱାସ୍ଥ୍ୟସେବା ଯୋଜନାରେ ସାମିଲ କରାଯାଇପାରି ନାହିଁ । ପ୍ରଶାସନରେ ୫-ଟିର ପ୍ରୟୋଗ ଯୋଗୁ ସରକାରଙ୍କ ସମସ୍ତ ଲୋକାଭିମୁଖୀ କାର୍ଯ୍ଯକ୍ରମ ତ୍ୱରାନ୍ୱିତ ହୋଇପାରୁଛି ବୋଲି ମତ ଦେଇଥିଲେ ।

Leave a Reply

Your email address will not be published. Required fields are marked *