ଭୁବନେଶ୍ବର : ୪୧ ବର୍ଷ ପରେ ଟୋକିଓ ଅଲମ୍ପିକ୍ସରେ ଭାରତ ଜର୍ମାନୀକୁ ୫-୪ ଗୋଲରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରି ବ୍ରୋଞ ପଦକ ହାସଲ କରିଛି । ଭାରତର ଏହି ଐତିହାସିକ ବିଜୟ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭାରତୀୟ ହକି ଦଳକୁ ଅଭିନନ୍ଦନ ଜଣାଇଛନ୍ତି।ନିଜେ ହକି ଖେଳାଳି ମାନଙ୍କ ସହ କଥା ହେଇଛନ୍ତି ମୁଖ୍ୟମନ୍ତ୍ରୀ । ଟୁଇଟରରେ ଲେଖିଛନ୍ତି, ‘ଅଲିମ୍ପିକ୍ସରେ ୪୧ ବର୍ଷ ପରେ ମେଡାଲ ଆଣିଲା ଭାରତ। ଐତିହାସିକ ବିଜୟ ଆଗାମୀ ପିଢି ପାଇଁ ପ୍ରେରଣା ଦେବ।’ ଖେଳାଳିଙ୍କ ଆଗାମୀ ଭବିଷ୍ୟତ ଲାଗି ସଫଳତା କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।
ଠିକ୍ ସେହିପରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭାରତୀୟ ହକିଦଳର ପୂର୍ବତନ ଅଧିନାୟକ ଦୀଲିପ ତିର୍କୀ ମଧ୍ୟ ଭାରତୀୟ ହକି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି।ଓଡ଼ିଆ ଖେଳାଳି ରାଜ୍ୟକୁ ଫେରିଲେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ ବୋଲି ସୂଚନା ଦେଇଛନ୍ତି ନବୀନ । କଳିଙ୍ଗ ଷ୍ଟାଡିୟମରେ ପଦକ ବିଜୟ ଲାଗି ଉତ୍ସବ ପାଳନ କରାଯିବ, ଯେଉଁଥିରେ, କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା, କ୍ରୀଡ଼ା ମନ୍ତ୍ରୀ ଓ ଦିଲ୍ଲୀପ ତିର୍କୀ ପ୍ରମୁଖ ଯୋଗ ଦେବେ