ଟୋକିଓ ଅଲମ୍ପିକ୍ସରେ ଭାରତର ଐତିହାସିକ ବିଜୟ ଲାଗି ଅଭିନନ୍ଦନ ଜଣାଇ ଖେଳାଳି ଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ୪୧ ବର୍ଷ ପରେ ଟୋକିଓ ଅଲମ୍ପିକ୍ସରେ ଭାରତ ଜର୍ମାନୀକୁ ୫-୪ ଗୋଲରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରି ବ୍ରୋଞ ପଦକ ହାସଲ କରିଛି । ଭାରତର ଏହି ଐତିହାସିକ ବିଜୟ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭାରତୀୟ ହକି ଦଳକୁ ଅଭିନନ୍ଦନ ଜଣାଇଛନ୍ତି।ନିଜେ ହକି ଖେଳାଳି ମାନଙ୍କ ସହ କଥା ହେଇଛନ୍ତି ମୁଖ୍ୟମନ୍ତ୍ରୀ ।  ଟୁଇଟରରେ ଲେଖିଛନ୍ତି, ‘ଅଲିମ୍ପିକ୍ସରେ ୪୧ ବର୍ଷ ପରେ ମେଡାଲ ଆଣିଲା ଭାରତ। ଐତିହାସିକ ବିଜୟ ଆଗାମୀ ପିଢି ପାଇଁ ପ୍ରେରଣା ଦେବ।’ ଖେଳାଳିଙ୍କ ଆଗାମୀ ଭବିଷ୍ୟତ ଲାଗି ସଫଳତା କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।

Advertisement

ଠିକ୍ ସେହିପରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭାରତୀୟ ହକିଦଳର ପୂର୍ବତନ ଅଧିନାୟକ ଦୀଲିପ ତିର୍କୀ ମଧ୍ୟ ଭାରତୀୟ ହକି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି।ଓଡ଼ିଆ ଖେଳାଳି ରାଜ୍ୟକୁ ଫେରିଲେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ ବୋଲି ସୂଚନା ଦେଇଛନ୍ତି ନବୀନ । କଳିଙ୍ଗ ଷ୍ଟାଡିୟମରେ ପଦକ ବିଜୟ ଲାଗି ଉତ୍ସବ ପାଳନ କରାଯିବ, ଯେଉଁଥିରେ, କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା, କ୍ରୀଡ଼ା ମନ୍ତ୍ରୀ ଓ ଦିଲ୍ଲୀପ ତିର୍କୀ ପ୍ରମୁଖ ଯୋଗ ଦେବେ

Leave a Reply

Your email address will not be published. Required fields are marked *