ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ରାଜ୍ୟରେ ୧୮ରୁ ୪୫ ବର୍ଷର ଲୋକଙ୍କ ପାଇଁ କୋଭିଡ୍ ଟିକା ମାଗଣା ।

ରାଜ୍ୟବାସୀଙ୍କ ପାଇଁ ବଡ ଖବର । ୧୮ ବର୍ଷରୁ ୪୫ ବର୍ଷର ଲୋକ ମାଗଣାରେ ନେବେ କୋଭିଡ୍ ଟିକା । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ଘୋଷଣା କରିଛନ୍ତି । ଏଥିସହିତ ଏହି ଟିକାକରଣ ପାଇଁ ରାଜ୍ୟ ସରକାର ମୋଟ ୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ସୂଚନା ଦେଇଛନ୍ତି ।

ଆଜି ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ନବୀନ କହିଛନ୍ତି, ଦେଶର ବିଭିନ୍ନ ରାଜ୍ୟରେ ସଂକ୍ରମଣ ସୀମା ଟପିବାକୁ ଲାଗିଲାଣି । ହେଲେ ଏପରି ସ୍ଥିତିରେ ସତର୍କ ଓ ସୁରକ୍ଷିତ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଆମ ପାଇଁ ପ୍ରତିଟି ଜୀବନ ଗୁରୁତ୍ୱପୂର୍ଣ୍ଣ ।  ଆମକୁ ଆଉ ଲକଡାଉନ୍ ଓ ସଟଡାଉନ୍ ସ୍ଥିତିକୁ ଯିବାର ନାହିଁ ବୋଲି ନବୀନ କହିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ ଆସନ୍ତା ୧ ତାରିଖରୁ ଆରମ୍ଭ ହେଉଥିବା ସାବାଳକ ଟିକାକରଣକୁ ରାଜ୍ୟରେ ମାଗଣା ବୋଲି ଘୋଷଣା କରିଛନ୍ତି । ଅର୍ଥାତ ୧୮ ବର୍ଷରୁ ଅଧିକ ବୟସର ଲୋକ ମାଗଣାରେ କୋଭିଡ୍ ଟିକା ନେଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Leave a Reply

Your email address will not be published. Required fields are marked *