ହାଇଟେକ୍ ସର୍ଭେ ଜରିଆରେ ପଟ୍ଟା ବଣ୍ଟନ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ.

ଭୁବନେଶ୍ୱର : ଦେବଗଡ଼ ଜିଲ୍ଲାରୁ ହାଇଟେକ୍ ସର୍ଭେ ଜରିଆରେ ପଟ୍ଟା ବଣ୍ଟନ ଆରମ୍ଭ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହି  ନୂଆ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ପାରମ୍ପରିକ ଢଙ୍ଗରେ ସର୍ଭେ ସେଟଲମେଣ୍ଟ ପାଇଁ ଅଧିକ ସମୟ ଲାଗୁଥିଲା ବେଳେ ଏବେ ଡିଜିଟାଲ ଟେକ୍ନୋଲୋଜୀ ଜରିଆରେ କରାଯାଉଛି ଜମି ସର୍ଭେ । ୨୦୧୨ମସିହାରେ ଏଥିପାଇଁ ରାଜ୍ୟ ସରକାର ଆଣିଥିଲେ ସ୍ୱତନ୍ତ୍ର ଆଇନ । ନୂଆ ଆଇନ ଅନୁସାରେ ହାଇଟେକ୍ ସର୍ଭେରେ କମ୍ ସମୟ ସହ କମ୍ ମାନବ ସମ୍ବଳ ଲାଗୁଛି । ନୂଆ ଟେକ୍ନୋଲୋଜୀ ଯୋଗୁଁ ସର୍ଭେ କାର୍ଯ୍ୟ ସଠିକ୍ ହେଉଛି ।

ଓଡ଼ିଶା ସର୍ଭେ ଏବଂ ସେଟେଲ୍‌ମେଣ୍ଟ ଆକଫ ୧୯୫୮ ଅନୁଯାୟୀ ପାରମ୍ପରିକ ପଦ୍ଧତିରେ ସର୍ଭେ ଏବଂ ଜମିଜମାର ସରଳିକରଣ ପ୍ରକ୍ରିୟା ସମୟସାପେକ୍ଷ ଓ ଖର୍ଚ୍ଚବହୁଳ ଥିଲା । ଏହି ପ୍ରକ୍ରିୟା ଅଧୀନରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ପ୍ରସ୍ତୁତ ମାନଚିତ୍ରଗୁଡ଼ିକ ତ୍ରୁଟିମୁକ୍ତ ନଥିଲା ଓ ଶୀଘ୍ର ନଷ୍ଟ ହେବାର ସମ୍ଭାବନା ଥିଲା । ପାରମ୍ପରିକ ପଦ୍ଧତିରେ ବହୁଳ ମାନବସମ୍ବଳର ଆବଶ୍ୟକତା ପଡ଼ୁଥିଲା ଓ ଏଥିରେ ମନୁଷ୍ୟକୃତ ତ୍ରୁଟି ମଧ୍ୟ ରହିଯାଉଥିଲା । ୧୯୫୮ ମସିହାରେ ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରାଯାଇନଥିଲା । ଏହିସବୁ ଅସୁବିଧା ଦୂର କରିବା ସହ ଗୁଣବତ୍ତା ଓ ସ୍ୱଚ୍ଛତା ରକ୍ଷା ସହ ଜମିଜମାଜନିତ ଅଭିଯୋଗର ସମାଧାନ କରି ଆବଶ୍ୟକ ସମୟସୀମାକୁ ହ୍ରାସ କରିବା ସହ ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ କରି ରାଜ୍ୟରେ ସର୍ଭେ ଓ ସମାଧାନ କାର୍ୟ୍ୟ କରିବା ପାଇଁ ଓଡ଼ିଶା ସରକାର ଓଡ଼ିଶା ସ୍ୱତନ୍ତ୍ର ସର୍ଭେ ଓ ସେଟେଲ୍‌ମେଣ୍ଟ ଆକଫ ୨୦୧୨ (ଓଏସ୍‌ ଆଣ୍ଡ ଏସ୍‌ ଆକଫ) ପ୍ରଣୟନ କରିଥିଲେ.

Leave a Reply

Your email address will not be published. Required fields are marked *