ଅନାଥଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ‘ଆଶୀର୍ବାଦ’ ଯୋଜନା: ଭରଣପୋଷଣ ପାଇଁ ମିଳିବ ମାସିକ ୨୫୦୦ ଟଙ୍କା

ଭୁବନେଶ୍ୱର:ପିତୃ ଦିବସରେ ନବୀନଙ୍କ ‘ଆଶୀର୍ବାଦ’ । ଅନାଥ, ଅସହାୟ ଶିଶୁଙ୍କ ପାଇଁ ଆରମ୍ଭ ହେଲା ‘ଆଶୀର୍ବାଦ’ ଯୋଜନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ଏହି ଯୋଜନାରେ ଅନାଥ ଶିଶୁଙ୍କୁ ମିଳିବ ମାସିକ ୨୫ଶହ ଟଙ୍କା । ବାପା କିମ୍ବା ମାଆ ଜଣକୁ ହରାଇଥିଲେ ମାସିକ ୧୫ଶହ ଟଙ୍କା ମିଳିବ । ପିଲାଙ୍କୁ ୧୮ ବର୍ଷ ହେବା ଯାଏଁ ରାଜ୍ୟ ସରକାର ସହାୟତା ଦେବେ । ଗତ ଅପ୍ରେଲ ପହିଲା ୨୦୨୦ମସିହା ବା ତା ପରେ ଉଭୟ ବାପା, ମା’ ବା ପରିବାରର ମୁଖ୍ୟ ଉପାର୍ଜନ କାରୀଙ୍କୁ ହରାଇ ଥିବା ପିଲାମାନଙ୍କ ଶିଷା ଦୀକ୍ଷା ଭରଣପୋଷଣ ତଥା ଯତ୍ନ ପାଇଁ ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ ନୂଆ ଯୋଜନା। ‘ଆଶୀର୍ବାଦ’ ଘୋଷଣା କରିଛନ୍ତି

ଏହି ପିଲାମାନେ ମାଗଣା ଚିକିତ୍ସା ସୁବିଧା ମଧ୍ୟ ପାଇପାରିବେ । ସ୍ୱାସ୍ଥ୍ୟ ବୀମା ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମଧ୍ୟ ସୁବିଧା ମିଳିବ । ସେହିଭଳି ଜାତୀୟ ବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହେବେ ଏହି ପିଲା । ଆଦର୍ଶ ଓ କେନ୍ଦ୍ରୀୟ ବିଦ୍ୟାଳୟରେ ପଢ଼ିବା ପାଇଁ ସାହାଯ୍ୟ କରାଯିବ । ଶିକ୍ଷା ଅଧିକାର ଆଇନରେ ଜିଲ୍ଲାପାଳ ସହଯୋଗ ଯୋଗାଇଦେବେ । ଉଚ୍ଚଶିକ୍ଷା ପାଇଁ ଗ୍ରୀନ ପାସେଜ ଯୋଜନାରେ ସହଯୋଗ ମିଳିବ । ଦାୟିତ୍ୱ ନେଇଥିବା ଆତ୍ମୀୟଙ୍କୁ ମିଳିପାରିବ ବାସଗୃହ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବା ବିଜୁ ପକ୍କାଘର ମଧ୍ୟ ମିଳିବ । ପିଲାଙ୍କ ସମ୍ପତ୍ତିର ସୁରକ୍ଷା ପାଇଁ ନିଆଯିବ ପଦକ୍ଷେପ । ପିଲାର ଆତ୍ମୀୟଙ୍କ ସହ ନିୟମିତ ଯୋଗାଯୋଗରେ ରହିବେ ସରକାର । ବିଜୁ ଶିଶୁ ସୁରକ୍ଷା ଯୋଜନା ଓ JJFରୁ ମିଳିବ ସହାୟତା । ଜଣେ ବି ଅସହାୟ ଶିଶୁକୁ ବାଦ୍ ନଦେବା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *