ରାଜ୍ୟରେ ହୁ ହୁ ହୋଇ ବଢୁଥିବା କରୋନା ସଂକ୍ରମଣ ଭିତରେ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ୧୬ ଜିଲ୍ଲାରେ ନିର୍ମାଣ ହେବ ଆରଟିପିସିଆର୍ ଟେଷ୍ଟିଂ ସେଂଟର । ଏଥିପାଇଁ ମୁଖ୍ୟମନ୍ତ୍ରୀ ଆଜି ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । କୋଭିଡ଼ ବିରୁଦ୍ଧରେ ଲଢ଼େଇ ପାଇଁ ରୋଗୀର ଶୀଘ୍ର ପରୀକ୍ଷା କରୋନା ସଂକ୍ରମଣକୁ ରୋକିବାରେ ବିଶେଷ ଗୁରୁତ୍ୱ ବହନ କରେ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ୧୬ଟି ଜିଲ୍ଲା ଯଥା ଭଦ୍ରକ, ବୌଦ୍ଧ ,ଢେ଼ଙ୍କାନାଳ, ଗଜପତି ,ଖୋର୍ଦ୍ଧା, ଜଗତସିଂହପୁର ,ଯାଜପୁର, କେନ୍ଦ୍ରାପଡା ,ନବରଙ୍ଗପୁର, ମାଲକାନଗିରି ,ନୂଆପଡା, ସୋନପୁର ,କନ୍ଧମାଳ ସୁନ୍ଦରଗଡ, ରାୟଗଡ଼ା ଓ ବରଗଡର ସଦର ମହକୁମାରେ ଗୋଟିଏ ଗୋଟିଏ ଆରଟିପିସିଆର୍ ଟେଷ୍ଟ ସେଂଟର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଡ଼ିଏ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।ଏହି ଟେଷ୍ଟିଂ ସେଂଟର ଗୁଡିକ ସବୁଦିନ ଲୋକଙ୍କୁ ସେବା ଯୋଗାଇ ଦେବ । ଏଥିନିମନ୍ତେ ପ୍ରତି ଜିଲ୍ଲାରେ ଜଣେ ଲେଖାଏ ମାଇକ୍ରୋ ବାୟୋଲୋଜିଷ୍ଟ ଓ ତିନି ଜଣ ଲ୍ୟାବ ଟେକ୍ନସିଆନଙ୍କୁ ନିୟୋଜିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
Related Posts
ରୋଟାରୀ ସ୍କୁଲ ର ଫି ବୃଦ୍ଧି କୁ ବିରୋଧ.
ଅନୁଗୋଳ :ଘରୋଇ ସ୍କୁଲ ର ମନ ମାନି ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଅବିଭାବକ । ଅନୁଗୋଳ ସହର ରେ ଥିବା ରୋଟାରୀ ପବ୍ଲିକ ସ୍କୁଲ ର ମନ…
ଅନୁଗୋଳରେ କଂଗ୍ରେସ ପକ୍ଷରୁ କ୍ରାନ୍ତି ଦିବସ ପାଳନ ସହ ସ୍ବାଧୀନତାର ଗୌରବ ଯାତ୍ରା ଆରମ୍ଭ
ଅନୁଗୋଳ: ତ୍ୟାଗ ଓ ବଳିଦାନ ର ୭୫ ବର୍ଷ ସ୍ୱାଧୀନତା ଗୌରବ ପଦ ଯାତ୍ରା ତଥା କ୍ରାନ୍ତି ଦିବସ ଅବସରରେ ଆଜି ଅନୁଗୋଳ ଜିଲ୍ଲା କଂଗ୍ରେସ ପକ୍ଷରୁ…
ସମ୍ଭାବ୍ୟ ବାତ୍ୟା ନେଇ ସତର୍କ ରହିବାକୁ ୧୮ ଜିଲ୍ଲାପାଳଙ୍କୁ ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ ନିର୍ଦ୍ଦେଶ
ଭୁବନେଶ୍ବର: ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟର ପ୍ରଭାବରେ ସମ୍ଭାବ୍ୟ ବାତ୍ୟା ନେଇ ସ୍ବତନ୍ତ୍ର ରିଲିଫ୍ କମିସନର୍ ପ୍ରଦୀପ ଜେନା ୧୮ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି।…