ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ.

ଭୁବନେଶ୍ବର: ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗସ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିଛନ୍ତି। ଏଥି ସହିତ ପୂଜାର୍ଚ୍ଚନା ମଧ୍ୟ କରିଛନ୍ତି। ମୁଖ୍ୟମନ୍ତ୍ରୀ ଗସ୍ତ ପାଇଁ ମନ୍ଦିର ଚାରିପଟେ କଡ଼ାସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବା ସହିତ ଏଠାକାର ଭିତ୍ତିଭୂମି ମଧ୍ୟ ଦେଖିଛନ୍ତି। ମୁଖ୍ୟମନ୍ତ୍ରୀ ପାଖାପାଖି ୧୫ ମିନିଟ ପର୍ଯ୍ୟନ୍ତ ଲିଙ୍ଗରାଜ ମନ୍ଦିର ପରିସରରେ ରହିଥିଲେ।ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକଙ୍କୁ ନିଜର ପ୍ରତିକ୍ରିୟା ଦେଇଛନ୍ତି।

ସ୍ବାସ୍ଥ୍ୟ ଉପରେ ପ୍ରଚାର ହେଉଥିବା ଗୁଜବ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନିର୍ବାଚନ ସମୟରେ ମୋ ସ୍ବାସ୍ଥ୍ୟ ନେଇ ଗୁଜବ କରାଯାଉଛି। କିନ୍ତୁ ମୁଁ ସଂପୂର୍ଣ୍ଣ ସୁସ୍ଥ ଅଛି। ପ୍ରଭୁ ଲିଙ୍ଗରାଜ ମନ୍ତ୍ରୀଙ୍କ ଦର୍ଶନ କରି ଖୁସି ଅନୁଭବ କରୁଛି।ତେବେ ବିନା କୌଣସି ପୂର୍ବ ସୂଚନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ମହାପ୍ରଭୁ ଲିଙ୍ଗରାଜ ମନ୍ଦିରକୁ ଅଚାନକ ଗସ୍ତ ସେଠାରେ ତାଙ୍କର ପୂଜାର୍ଚ୍ଚନାକୁ ନେଇ ବିଭିନ୍ନ ମହଲରେ ବିଭିନ୍ନ କଥା ଆଲୋଚିତ ହେଉଛି। ମୁଖ୍ୟମନ୍ତ୍ରୀ ଲିଙ୍ଗରାଜ ମନ୍ଦିର ପରିସରରେ ପହଞ୍ଚିଲା ପରେ ସେଠାରେ ମନ୍ଦିର ସେବାୟତ ଓ ମନ୍ଦିର ପ୍ରଶାସନ କର୍ତ୍ତୃପକ୍ଷ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ସ୍ବାଗତ ଜଣାଇବା ସହ ତାଙ୍କୁ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ।

Leave a Reply

Your email address will not be published. Required fields are marked *