ଅନୁଗୋଳ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିନିକିଆ ଅନୁଗୋଳ ଗ୍ରସ୍ତ । ଦିନିକିଆ ନନୁଗୋଳ ଗ୍ରସ୍ତରେ ଆସି ୨୪ଟି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି ନବୀନ । ଜିଲ୍ଲାରେ ଥିବା ମିଶନ ଶକ୍ତିର ମହିଳାମାନଙ୍କ ପାଇଁ ୨୪୨ କୋଟିର ଋଣ ଡିଜିଟାଲ୍ ଲଞ୍ଚିଂ କରିଛନ୍ତି। ଏହାଦ୍ବାରା ୭୫ ହଜାରରୁ ଅଧିକ ମହିଳା ଉପକୃତ ହେବେ। ଅନୁଗୋଳ ଷ୍ଟାଡିୟମରେ ଆୟୋଜିତ ସଭାରେ ମହିଳା ସ୍ଵୟ ସହାୟକ ଗୋଷ୍ଠୀର ସଦସ୍ୟାମାନେ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଥିଲେ।

ସଭାରେ ମୁଖ୍ୟ ମନ୍ତ୍ରୀ ନିଜ ଉଦ୍ଦବୋଧନରେ କହିଛନ୍ତି ଅନୁଗୋଳ ଏକ ସଂଗ୍ରାମୀ ମାଟି । ଦେଶ ପାଇଁ ଶିଳ୍ପ କ୍ଷେତ୍ରରେ ଏହି ଜିଲ୍ଲାର ଅବଦାନ ସର୍ବାଗ୍ରେ । ଅନୁଗୋଳ ଜିଲ୍ଲାର ବିକାଶ ଲାଗି ୮୦୦ କୋଟି ଟଙ୍କା ବିନିଯୋଗ କରାଯିବ । ୪୮ ଟି ପଞ୍ଚାୟତର ପାନୀୟ ଜଳଯୋଗାଣ ଲାଗି ରାଜ୍ୟ ସରକାର ୩୫୦ କୋଟିର ବ୍ୟବସ୍ଥା କରିଛନ୍ତି। ଏହାକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରି ମିଳିଛି। ଅନୁଗୋଳ ଓ ବଅଁରପାଳ ବ୍ଲକ୍ର ଲୋକମାନଙ୍କ ପାନୀୟ ଜଳ ସୁବିଧା ପାଇଁ ଦୁଇଟି ମେଗା ପ୍ରକଳ୍ପ ପ୍ରତିଷ୍ଠା ହେବ। ଏହାଦ୍ବାରା ଅନୁଗୋଳର ୧ ଲକ୍ଷ ୬୬ ହଜାର ଓ ବଅଁରପାଳର ୭୦ ହଜାର ଲୋକ ଉପକୃତ ହେବେ। ଉଭୟ ପ୍ରକଳ୍ପ ପାଇଁ ସମୁଦାୟ ୩୫୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ୨୪ ମାସ ଭିତରେ ଉଭୟ ପ୍ରକଳ୍ପ ଶେଷ କରାଯାଇ ଲୋକଙ୍କୁ ପାଣି ଯୋଗାଇ ଦିଆଯିବ।

ମିଶନ ଶକ୍ତି ମୋର ସବୁଠୁ ପ୍ରିୟ କାର୍ଯ୍ୟକ୍ରମ। ମିଶନ ଶକ୍ତିର ମହିଳାମାନଙ୍କ ପାଇଁ ଆଗାମୀ ୫ ବର୍ଷରେ ୫୦ ହଜାର କୋଟି ଟଙ୍କା ଋଣର ବ୍ୟବସ୍ଥା କରାଯାଉଛି। ଅନୁଗୋଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଉପବାଚସ୍ପତି ରଜନୀକାନ୍ତ ସିଂହ ଓ ଢେଙ୍କାନାଳ ସାଂସଦ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ , ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା , ପାଲଲହଡା ବିଧାୟକ ମୁକେଶ ପାଲ ଓ ଆଠମଲ୍ଲିକ ବିଧାୟକ ରମେଶ ସାଏ ଯୋଗଦେଇଥିଲେ । ମଞ୍ଚରେ ଅନ୍ୟମାନଙ୍କ ମଧ୍ୟରେ 5t ସଚିବ ଭି କେ ପାଣ୍ଡିଆନ, ଜିଲ୍ଲାପରିଷଦ ଅଧକ୍ଷ ବବିତା ପ୍ରଧାନ ଓ ଅନ୍ୟ ଅତିଥି ମାନେ ଉପସ୍ଥିତ ଥିଲେ ।



