କୋଇଲା ଖଣିରୁ କରୁଥିଲେ କୋଇଲା ଚୋରୀ: ମାଡି ବସିଲା OISF

ତାଳଚେର: ଲିଙ୍ଗରାଜ କୋଇଲା ଖଣିରୁ କୋଇଲା ଚୋରୀ । ଖଣି ସୁରକ୍ଷା ଦଇତ୍ଵରେ ଥିବା ଓଡିଶା ଇଣ୍ଡଷ୍ଟ୍ରିଆଲ ସୁରକ୍ଷା ବାହିନୀ ବା (OSIF) ଚଢାଉ କରି ଟ୍ରକ ଓ ଜେସିବି କୁ ଜବତ କରିଛି । ହେଲେ ଚଢାଉ ଖବର ପାଇ ଟ୍ରକ ଓ ଜେସିବି ଡ୍ରାଇଭର ଙ୍କ ସହ ଅନ୍ୟ ସହଯୋଗୀ ଫେରାର ।

ବିଳମ୍ବିତ ରାତିରେ ଅନୁଗୋଳ ଜିଲାର ତାଳଚେରରେ ଥିବା କୋଇଲାଖଣି ସୁରକ୍ଷା ଦାଇତ୍ୱରେ ଥିବା OISF କର୍ମଚାରୀଙ୍କ ଦ୍ୱାରା ଲିଙ୍ଗରାଜ କୋଇଲା ଖଣିରେ ଚଢ଼ାଉ କରାଯାଇଥିଲା । ଖଣିର ଲୋକାଲ ସେଲ ପ୍ଲଟରୁ ଚୋରାରେ କୋଇଲା ଲୋଡିଙ୍ଗ କରୁଥିବା ସମୟରେ ୩ଟି ଟ୍ରକ ଓ ଗୋଟିଏ ଜେସିବି ମେସିନ ଜବତ କରିଛି । ରାତି ପ୍ରାୟ ଗୋଟାଏ ବେଳେ କୋଇଲା ଚୋରି କରୁଥିବା ଅବସ୍ଥାରେ OISF ଟିମ ଏହି ଗାଡି ସବୁ ଜବତ କରିଥିବା ବେଳେ ଗାଡି ଗୁଡିକର ଚାଳକ ସମେତ ଚୋର ଚମ୍ପଟ ମାରିଥିଲେ ।

ତେବେ କଡା ସୁରକ୍ଷା ଭିତରେ କିଭଳି ଭାବେ ଟ୍ରକ ଓ ଜେସିବି ପ୍ଲଟ ଭିତରକୁ ଗଲା ତାହା ସନ୍ଦେହ ସୃଷ୍ଟି କରିଛି । ଘଟଣା ସ୍ଥଳରେ ତାଳଚେର ସଦର ପୋଲିସ ପହଁଚି ଅଧିକ ଛାନ ଭିନ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *