ଥରୁଚି ଓଡିଶା,୧୫ ଡିଗ୍ରି ତଳେ ରାଜ୍ୟର୨୨ଟି ସହର ତାପମାତ୍ରା

ଭୁବନେଶ୍ୱର: ସମଗ୍ର ରାଜ୍ୟ ରେ ଆରମ୍ଭ ହୋଇଛି ଶୀତର ଲହରି । ଗତ ୨୪ ଘଣ୍ଟା ମଧ୍ୟରେ ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ସେଲସିୟସରୁ ତଳକୁ ଥିବାର ସୂଚନା ମିଳିଛି।ବୁଧବାର ରାତିରେ ଓଡ଼ିଶାର ପ୍ରାୟ ୨୨ଟି ସ୍ଥାନରେ ନାପମାତ୍ରା ୧୫ ଡିଗ୍ରି ସେଲସିୟସ ତଳେ ରେକର୍ଡ ହୋଇଛି। ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରି ଥିଲା। ଏହାକୁ ଓଡ଼ିଶାର ସବୁଠାରୁ ଥଣ୍ଡା ସ୍ଥାନ ବୋଲି ବିବେଚନା କରାଯାଇଛି। ଅପରପକ୍ଷରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରି, କେନ୍ଦୁଝରରେ ୧୦.୪ ଡିଗ୍ରି, ଝାରସୁଗୁଡ଼ାରେ ୧୦.୬ ଡିଗ୍ରି , କୋରାପୁଟରେ ୧୦.୬ ଡିଗ୍ରି, ଟିଟିଲାଗଡ଼ରେ ୧୦.୮ ଡିଗ୍ରି, ଭବାନୀପାଟଣାରେ ୧୧ ଡିଗ୍ରି , ସୁନ୍ଦରଗଡ଼ରେ ୧୧.୫ ଡିଗ୍ରି, ତାଳଚେରରେ ୧୨ ଡିଗ୍ରି ଏବଂ ଅନୁଗୋଳ ରେ ୧୨.୬ ଡିଗ୍ରି ରେକର୍ଡ ହୋଇଛି।ଠିକ୍ ସେହିପରି କଟକରେ ଗତ ରାତିର ତାପମାତ୍ରା ୧୪ ଡିଗ୍ରି ଏବଂ ଭୁବନେଶ୍ୱରରେ ୧୪.୪ ଡିଗ୍ରିକୁ ହ୍ରାସ ପାଇଛି।ଗତକାଲି ରାତିରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରିରୁକମ୍ ରେକର୍ଡ ହୋଇଥିବା ଅନ୍ୟ ସ୍ଥାନଗୁଡ଼ିକ ହେଲା ସମ୍ବଲପୁର (୧୩.୫), ବାଲେଶ୍ବର (୧୩.୯ ଡିଗ୍ରି), ମାଲକାନଗିରି (୧୪ ଡିଗ୍ରି ), ନୟାଗଡ଼ (୧୪ ଡିଗ୍ରି) ଏବଂ ବୌଦ୍ଧ (୧୪ଡିଗ୍ରି)।

Advertisement

ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଓଡ଼ିଶାର ପାଗ ମୁଖ୍ୟତଃ ଶୁଖିଲା ରହିବ.ତେବେ ଉତ୍ତରପଶ୍ଚିମ ଓ ଉତ୍ତର ଦିଗରୁ ଓଡ଼ିଶାକୁ ପ୍ରବାହିତ ହେବାକୁ ଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରା ୩ରୁ ୪ ଡିଗ୍ରି ଯାଏ ହ୍ରାସ ପାଇବାର ସମ୍ଭାବନା ରହିଛି। ପ୍ରଭାବରେ ରାଜ୍ୟରେ ଶୀତ ପ୍ରବାହ ବୃଦ୍ଧି ପାଇବ। ୩ରୁ ୪ ଦିନ ପର୍ଯ୍ୟନ୍ତ ରାତିର ସ୍ବାଭାବିକ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ତଳେ ରହିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

Leave a Reply

Your email address will not be published. Required fields are marked *