ରାଜ୍ୟରେ ଶୀତର ପ୍ରକୋପ ଜାରି: ୧୦ ଡିଗ୍ରୀ ତଳେ ୧୦ ସହର।

ଭୁବନେଶ୍ୱର: ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଧୀରେଧୀରେ ଅଧିକାଂଶ ଅଞ୍ଚଳରେ ପାରଦ ତଳମୁହାଁ ହେଉଥିବାରୁ ଜାଡ଼ ବଢ଼ୁଛି। ରାଜ୍ୟର ୧୦ ସହରରେ ତାପମାତ୍ରା ୧୦ଡିଗ୍ରୀ ତଳେ ରହିଛି। ତେବେ ଆହୁରି ୪ରୁ ୫ଦିନ ପର୍ଯ୍ୟନ୍ତ ଏପରି ସ୍ଥିତି ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଜି. ଉଦୟଗିରିରେ ୬.୫ ଡିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଏଥିସହ ଜି. ଉଦୟଗିରି ସବୁଠୁ ଥଣ୍ଡା ସହର ପାଲଟିଛି।

Advertisement

ଗତ ୨୪ ଘଣ୍ଟାରେ ରେକର୍ଡ ହୋଇଥିବା ତଥ୍ୟ ଅନୁଯାୟୀ, ଜି. ଉଦୟଗିରି ୬.୫ ଡିଗ୍ରୀ, କିରେଇ ୭ ଡିଗ୍ରୀ, ଫୁଲବାଣା ୮.୫ ଡିଗ୍ରୀ, କୋରାପୁଟ ୮.୭ ଡିଗ୍ରୀ, କେନ୍ଦୁଝର ୮.୮ ଡିଗ୍ରୀ, ସୁନ୍ଦରଗଡ଼ ୯ଡିଗ୍ରୀ, ଝାରସୁଗୁଡା ୯.୨ ଡିଗ୍ରୀ, ଦାରିଙ୍ଗିବାଡି ୯.୫ ଡିଗ୍ରୀ, ଅନୁଗୁଳ ୯.୬ ଡିଗ୍ରୀ, ରାଉରକେଲା ୯.୬ ଡିଗ୍ରୀ ଓ ଭଦ୍ରକର ରାଣୀତାଲ ଠାରେ ୧୦ ଡିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ ହୋଇଛି।ସେହିପରି, ଭୁବନେଶ୍ବର-କଟକ ଦ୍ବୈତନଗରୀରେ ପାରଦ ୧୪ ଡିଗ୍ରୀ ତଳେ ରହିଛି। କଟକ ୧୩.୫ ଡିଗ୍ରୀ ଓ ଭୁବନେଶ୍ବର ରାତି ତାପମାତ୍ରା ୧୩.୮ ଡିଗ୍ରୀ ରହିଛି। ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ଆଗକୁ ମଧ୍ୟ ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ଖସିବା ସହ ଶୀତର ପ୍ରକୋପ ବଢ଼ିବ ବୋଲି ଆକଳନ କରାଯାଇଛି

Leave a Reply

Your email address will not be published. Required fields are marked *