ରେଡ଼ିଓ ସର୍ବୋଦୟର ପ୍ରଥମ ବାର୍ଷିକୀ ଉତ୍ସବ ଉଦଘାଟିତ

ଯୁବ ଓ ଛାତ୍ର ସମାଜ ପାଇଁ ରେଡ଼ିଓ ହିଁ ମନୋରଞ୍ଜନର ବିକଳ୍ପ ହେବ


ଅନୁଗୋଳ: ଆଜି ଯେତେବେଳେ ଯୁବ ଛାତ୍ର ସମାଜ ମୋବାଇଲ ମାଧ୍ୟମରେ ପଥଭ୍ରଷ୍ଟ ହେଉଛନ୍ତି, ସେତେବେଳେ ରେଡ଼ିଓ ହିଁ ଯୁବ ଛାତ୍ର ସମାଜ ନିମନ୍ତେ ମନୋରଞ୍ଜନର ବିକଳ୍ପ ହୋଇପାରିବ. କେବଳ ସେତିକି ନୁହେଁ, କମ୍ୟୁନିଟି ରେଡ଼ିଓ ମାଧ୍ୟମରେ ବିଭିନ୍ନ ସରକାରୀ ଯୋଜନାର ତଥ୍ୟ ଲୋକଙ୍କ ନିକଟରେ ପହଂଚାଇବା ଓ ଲୋକଙ୍କ ଅଭାବ ଅସୁବିଧାକୁ ରେଡ଼ିଓ ମାଧ୍ୟମରେ ସରକାରଙ୍କ ନିକଟରେ ପହଂଚାଇବା କ୍ଷେତ୍ରରେ ଅନୁଗୋଳ ର ଏକମାତ୍ର ଗୋଷ୍ଠୀ ରେଡ଼ିଓ ଷ୍ଟେସନ ରେଡ଼ିଓ ସର୍ବୋଦୟର ଉଲ୍ଲେଖନୀୟ ଭୂମିକା ବାବଦରେ ଦୁଇ ଦିନିଆ ପ୍ରଥମ ବାର୍ଷିକୀ ଉଦଘାଟନୀ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ରେଡ଼ିଓର ପରିଚାଳନା ସମିତିର ସଭାପତି ଡ଼ ଧରଣୀଧର ନାଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଉଦଘାଟନ କରି ବିଶିଷ୍ଟ ସର୍ବୋଦୟ ନେତ୍ରୀ ତଥା ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସଭାନେତ୍ରୀ କୃଷ୍ଣା ମହାନ୍ତି କହିଲେ ଯେ, ପ୍ରାକୃତିକ ପରିବେଶ ଦୂଷିତ ହେବାରୁ ଯେମିତି ଲୋକେ ସ୍ବଦେଶୀ ବସ୍ତୁ ପ୍ରତି ଆକର୍ଷିତ ହେଉଛନ୍ତି, ସେମିତି ସ୍ମାର୍ଟ ଫୋନର ଅପବ୍ୟବହାର ମାଧ୍ୟମରେ ଯୁବ ଛାତ୍ର ସମାଜ ଯେମିତି ପଥଭ୍ରଷ୍ଟ ହେଉଛନ୍ତି, ସେତେବେଳେ ଆଖିକୁ ବାନ୍ଧି ନରଖି କେବଳ କାନଦ୍ୱାରା ଜ୍ଞାନ ବର୍ଦ୍ଧନ ଓ ମନୋରଞ୍ଜନ କରାଉଥିବା ରେଡ଼ିଓ ହିଁ ଭବିଷ୍ୟତ ପିଢ଼ିକୁ ସଠିକ ମାର୍ଗ ଦେଖାଇ ପାରିବ।

ଏହି ଉଦଘାଟନୀ ଉତ୍ସବରେ ଡ଼ିଏଫଓ ମଳୟ ରଞ୍ଜନ କାରଲୋ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଉମାଶଙ୍କର ମିଶ୍ର, ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଗୌରୀ ଶଙ୍କର ବେହେରା, ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସେଠ ଓ ସ୍ରୋତାମଣ୍ଡଳୀ ପକ୍ଷରୁ ନୀଳାଦ୍ରୀ ସାହୁ ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ ।ଏହି ସଭାରେ ରେଡ଼ିଓ ସମିତିର ସମ୍ପାଦକ କଲ୍ୟାଣ କିଶୋର ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ସହ ସମ୍ପାଦକ ସଂଗ୍ରାମ ରଞ୍ଜନ ନାଥ, ଧନ୍ୟବାଦ ଅର୍ପଣ କରିଥିଲେ।


ସେହିଭଳି ପ୍ରଥମ ଅଧିବେଶନରେ ଆୟୋଜିତ କବିତା ପାଠଚକ୍ରରେ ରାଜ୍ୟର ବିଶିଷ୍ଟ କବୟିତ୍ରୀ ଡ଼ ଇନ୍ଦିରା ଦାଶ ଅଧ୍ୟକ୍ଷତା କରିଥିବା ବେଳେ ଦିପ୍ତିମୟୀ ବିଶ୍ୱାଳ ମଞ୍ଚ ପରିଚାଳନା କରିଥିଲେ ଓ ଲିପିକା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ . ଇଂ ଧନେଶ୍ୱର ସାହୁ, ସରୋଜିନୀ ଦେଇ, ଗୋଲାପ ନନ୍ଦ, ଆଦିତ୍ୟ ଆଚାର୍ଯ୍ୟ, ନିହାରିକା ସାହୁ, ଅନିତା ପାଣି,ନଳିନୀ ମଞ୍ଜରୀ ଦାଶ,ସଦାନନ୍ଦ ପରିଡା,ଗୀତାମୟୀ ମହାପାତ୍ର, ମାନାସା ପାଲ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ବାଜି ରାଉତ ଛାତ୍ରାବାସର ସଭାପତି ଅନ୍ତର୍ଯ୍ୟାମୀ ବରାଳ,ପରିଚାଳକ କୈଳାଶ ଚନ୍ଦ୍ର ସାହୁ, ସୂର୍ଯ୍ୟ ନାରାୟଣ ନାଥ, ଆଦ୍ୟଶ୍ଳୋକ ମିଶ୍ର, ସୁଜାତା ପ୍ରୀତିନନ୍ଦା, ରେଡ଼ିଓର ନିର୍ଦ୍ଦେଶକ ଡାକ୍ତର ବିଶ୍ୱଜିତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *