|| ମନରେ ଭରି ||

ମନରେ ଭରି

ମ୍ରୁତ୍ୟୁର ଘଣ୍ଟିଟା
ଝୁଲୁଛି ଯେମିତି
ସବୁରି ଦୁଆର ମୁହେଁ
କଞ୍ଚା କି ପାଚିଲା
ବାଛ ବିଚାର ତ
ତା ପାଖରେ କିଛି ନୁହେଁ

ସହର ବଜାର
ମଫସଲ ଗାଆଁ
ସବୁଠି ଖବର ଏକ
ପଡିଶା ଘରର
ପାଳି ପଡିଲାଣି
ନିଜରଟା କେବେ ଦେଖ

ଭୁତାଣୁ ଫେରିଛି
ମଣିଷ ସମାଜେ
ନେଇ ନୂଆ ଅବତାର
ନୂଆ ଅବତାରେ
ସତେ କି ଭୁତାଣୁ
ସାଜିଛି ବଡ ନିଷ୍ଠୁର

ଚିକିତ୍ସାଳୟ ତ
ହୋଇଅଛି ଏବେ
ସର୍ବାଧିକ ଭାରାକ୍ରାନ୍ତ
ଚିକିତ୍ସକ ଆଉ
ଚିକିତ୍ସାକର୍ମାଙ୍କ
ନାହିଁ ଜମା ଫୁରୁସତ

ଜୀବନ ସହିତ
ଜୀବିକା ବି ଏବେ
ହୋଇଅଛି ବିପର୍ଯ୍ୟସ୍ତ
ସମୟ କେମିତି
ଟାଳି ଦେଇ ହେବ
ସେଇଥିରେ ସବୁ ବ୍ୟସ୍ତ

ଆସିବକି ପୁଣି
ଭାବି ହେଉ ନାହିଁ
ସେଇଦିନ କେବେ ଫେରି
ମେଳା ବି ଫେରିବ
ପାର୍ବଣ ଫେରିବ
ହରଷ ମନରେ ଭରି

ସୁଧିରେନ୍ଦ୍ର ପରିଜା
ଅନୁଗୋଳ ୯୪୩୭୧ ୭୨୨୧୨

Leave a Reply

Your email address will not be published. Required fields are marked *